ଟ୍ରାକ୍ଟର ଧକ୍କାରେ ବୃଦ୍ଧଙ୍କ ମୃତ୍ୟୁ, ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା, ରାସ୍ତାରୋକ

ବେତନଟୀ(ମୟୁରଭଞ୍ଜ): ମାଣତ୍ରୀ-ବୈଶିଙ୍ଗା ରାସ୍ତାର ନାଖାରାରେ ଗୁରୁବାର ଏକ ଟ୍ରାକ୍ଟର ଧକ୍କା ଦେବାରୁ ଜଣେ ବୃଦ୍ଧ ବୃକ୍ତିଙ୍କର ମୃତ୍ୟୁ ଘଟିଛି। ଉତ୍ତରପାଳ ଗ୍ରାମର ନିତ୍ୟାନନ୍ଦ ପ୍ରଧାନ(୭୦) ଏକ ସାଇକଲରେ ଆସୁଥିବା ସମୟରେ ନାଖାରା ଗ୍ରାମର ଭାଗବତ ଟୁଙ୍ଗି ନିଟକରେ ସ୍ଥାନୀୟ ଅଞ୍ଚଳର ଏକ ଟ୍ରାକ୍ଟର ବୃଦ୍ଧଙ୍କ ଉପରେ ଚଢ଼ି ଯାଇଥିଲା। ଫଳରେ ବୃଦ୍ଧ ବ୍ୟକ୍ତିଙ୍କର ଶରୀର ୨ ଖଣ୍ଡ ହୋଇଯାଇଥିଲା।

ଦୁର୍ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ପ୍ରବଳ ଉତ୍ତେଜନା ପ୍ରକାଶ ପାଇଥିଲା। ଲୋକମାନେ କ୍ଷତିପୂରଣ ଦାବି କରି ରାସ୍ତାରୋକ କରିଥିଲେ। ସୂଚନା ପାଇ ମାଣତ୍ରୀ ଫାଣ୍ଡି ପୁଲିସ ଘଟଣାସ୍ଥଳକୁ ପହଞ୍ଚି ଥିଲା। ମାତ୍ର ପରିସ୍ଥିତି ଭୟଙ୍କର ଥିବାରୁ ପୁଲିସ ପରେ ବୈଶିଙ୍ଗା ଥାନା ଅଧିକାରୀଙ୍କୁ ଘଟଣା ସମ୍ପର୍କରେ ଅବଗତ କରାଇଥିଲା। ଥାନା ଅଧିକାରୀ ରେଣୁବାଳା ସାହୁ ଟିମ୍‌ ସହିତ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିବା ପରେ ରାସ୍ତା ଅବରୋଧ ହଟିଥିଲା। ଦୁର୍ଘଟଣା ଘଟାଇଥିବା ଟ୍ରାକ୍ଟରକୁ ପୁଲିସ ଜବତ କରିଥିବା ବେଳେ ଏହାର ଚାଳକ ଫେରାର ଅଛି।

ସମ୍ବନ୍ଧିତ ଖବର