ମୟୂରଭଂଜ: ଜାନୁଆରି ୫ରେ ବାରିପଦା ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

ବାରିପଦା: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୨୦୧୯ ଜାନୁଆରି ୫ରେ ମୟୂରଭଂଜ ଜିଲ୍ଲାର ସଦର ମହକୁମା ବାରିପଦା ଆସିବେ। ଭାରତୀୟ ଜନତା ପାର୍ଟି ପକ୍ଷରୁ ଆୟୋଜିତ ଏକ ବିଶାଳ ସମାରୋହରେ ଯୋଗଦେବେ ବୋଲି ଶନିବାର ବିଜେପି ରାଜ୍ୟ ସଭାପତି ବସନ୍ତ ପଣ୍ଡା ବାରିପଦାରେ ସୂଚନା ଦେଇଛନ୍ତି।

ବସନ୍ତ ପଣ୍ଡା କହିଛନ୍ତି, ବାରିପଦାରେ ମୋଦିଙ୍କ କାର୍ଯ୍ୟକ୍ରମ ୨ ଘଣ୍ଟା ପାଇଁ ଆୟୋଜିତ ହେବ। ଏଥିରେ କେନ୍ଦ୍ର ପ୍ରେଟ୍ରୋଲିୟମ୍‌ ଏବଂ ପ୍ରାକୃତିକ ଗ୍ୟାସ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ କେନ୍ଦ୍ର ଅନୁସୂଚିତ ଜାତି ଏବଂ ଜନଜାତି ମନ୍ତ୍ରୀ ଜୁଏଲ ଓରାମ ଯୋଗଦେବେ। ମୋଦିଙ୍କ ଗସ୍ତ ନେଇ ବିଜେପି ପକ୍ଷରୁ ବ୍ୟାପକ ପ୍ରସ୍ତୁତି ଚାଲିଛି।

ସମ୍ବନ୍ଧିତ ଖବର