ବିଦ୍ୟୁତ ତାର ସଂସ୍ପର୍ଶରେ ଅାସି ଦନ୍ତାର ପ୍ରାଣଗଲା:୧୦ ଫୁଟ୍‌ତଳେ ଯାଇଛି ୧୧କେଭି ତାର

 ମରାମତି ନ କରି ବିଦ୍ୟୁତ୍‌ ଚାର୍ଜ କରିଦେଲେ

ବାରିପଦା/କୁଳିଅଣା: ପ୍ରାୟ ଦୁଇ ସପ୍ତାହ ପୂର୍ବରୁ ଢେଙ୍କାନାଳ ଜିଲ୍ଲାର କମଳାଙ୍ଗଠାରେ ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଏକାବେଳକେ ୭ଟି ହାତୀର ପ୍ରାଣ ଯାଇଥିଲା। ମାତ୍ର ଏତେବଡ଼ ବିପର୍ଯ୍ୟୟରୁ କିଛି ବି ଶିଖିଲାନି ବିଦ୍ୟୁତ ବିଭାଗ। ଆଜି ପୁଣି ବିଦ୍ୟୁତ୍‌ ବିଭାଗର ଚରମ ଅବହେଳା କାରଣରୁ ଏକ ଦନ୍ତା ହାତୀର ପ୍ରାଣ ଯାଇଛି। ଘଟଣା ଘଟିଛି, ବାରିପଦା ବନଖଣ୍ଡଡରଙ୍ଗିବେଡ଼ା ବିଟ୍‌ ଅଧୀନସ୍ଥ ଦେଉଳି ରେଞ୍ଜର ସୁନାପଶି ଜଙ୍ଗଲରେ ମୃତ ଦନ୍ତା ହାତୀର ବୟସ ୧୫-୧୬ ବର୍ଷ ହେବ ବୋଲି ସୂଚନା ମିଳିଛି।

ସୂଚନା ମୁତାବକ ମୃତଦନ୍ତାକୁ ଦିନ ପ୍ରାୟ ୨.୪୦ରେ ବିଦ୍ୟୁତ୍‌ ଅାଘାତ ଲାଗିଥିବା ବେଳେ ଦେଉଳିରେ ପକ୍ଷରୁ ବିଦ୍ୟୁତ୍‌ ବିଭାଗକୁ ସୂଚନା ଦିଅାଯାଇଥିଲା ସନ୍ଧ୍ୟା ୬.୪୦ରେ। ଦନ୍ତା ହାତୀର ମୃତ୍ୟୁ ଖବର ଅାସିବା ପର୍ଯ୍ୟନ୍ତ ବିଦ୍ୟୁତ୍‌ ସରବରାହ କଟି ନଥିବା ଡିଏମ୍ଓ ସ୍ବୟଂ ମଲ୍ଲିକ ସୂଚନା ଦେଇଛନ୍ତି। ଚଳିତ ମାସ ୫ ତାରିଖରେ ବନ ବିଭାଗ ଏବଂ ବିଦ୍ୟୁତ୍‌ ବିଭାଗ(େୱସ୍କୋ) ସହିତ ଏକ ସମନ୍ବୟ ବୈଠକ ହୋଇଥିଲା। ଏହି ବୈଠକରେ ବନ ବିଭାଗ ପକ୍ଷରୁ ୫୪୫ଟି ପଏଣ୍ଟ ଦିଅାଯାଇଥିଲା। ଯେଉଁଠି ବିଦ୍ୟୁତ୍‌ ତାର ବିପଦପୂର୍ଣ୍ଣ ଅବସ୍ଥାରେ ଅଛି,  ଯେ ପର୍ଯ୍ୟନ୍ତ ଉକ୍ତ ସ୍ଥାନଗୁଡ଼ିକୁ ବିପଦସଙ୍କେତ ଉପରକୁ ଉଠା ଯାଇନାହିଁ ସେ ପର୍ଯ୍ୟନ୍ତ ସେହି ସ୍ଥାନରେ ବିଦ୍ୟୁତ୍‌ ସରବରାହ ବନ୍ଦ ରଖିବାକୁ ନିଷ୍ପତ୍ତି ହୋଇଥିଲା। ଦେଉଳି ଫରେଷ୍ଟରେ ଏହି ସ୍ଥାନ ମଧ୍ୟ ୫୪୫ ବିପଦପୂର୍ଣ୍ଣ ସ୍ଥାନ ମଧ୍ୟରେ ଥିଲା। ଏଠାରେ ଯାଇଥିବା ୧୧କେଭି ତାରମାତ୍ର ୧୦ ଫୁଟ୍‌ ଉଚ୍ଚତାରେ ଯାଇଥିବାରୁ ବିଦ୍ୟୁତ୍‌ କାଟ୍‌ କରାଯିବା କଥା ବୋଲି ଡିଏଫ୍ଓ ଶ୍ରୀ ମଲ୍ଲିକ ପ୍ରକାଶ କରିଛନ୍ତି। ମାତ୍ର ବିଦ୍ୟୁତ୍‌ ବିଭାଗ ପକ୍ଷରୁ ଏ ନେଇ ଅବହେଳା କରାଯାଇଥିବା ଅଭିଯୋଗ ହୋଇଛି । ଏହାଛଡ଼ା ଅାଜି ମଧ୍ୟ ଦେଉଳି ରେଞ୍ଜର ଅପରାହ୍ଣ ୨.୪୦ରେ ଖବର ଦେଇଥିଲେ। ମାତ୍ର ବିଦ୍ୟୁତ୍‌ କାଟ ହୋଇ ପାରି ନଥିଲା।

ସୂଚନାଯୋଗ୍ୟ ଯେ, ଦୁଇଟି ଦନ୍ତାହାତୀ ଦିଗଭ୍ରଷ୍ଟ ହୋଇ ଚାନ୍ଦୁଅା, ଦୁଧିଅାଶୋଳ, ଦରଦରା, କେଉଟୁଣୀମାରି ଅଚଂଳକୁ ଅାସି କିଛିଦିନ ହେବ ପାଚିଲା ଧାନ ଖାଉଥିଲେ। ବନବିଭାଗ କର୍ମଚାରୀଙ୍କ ସମେତ ବିଦ୍ୟୁତ୍‌ ବିଭାଗକୁ ମଧ୍ୟ ଏ ବିଷୟରେ ଜଣାଥିଲା। ତଥାପି ଉଭୟ ବିଭାଗ ମଧ୍ୟରେ ସମନ୍ବୟର ଅଭାବ କାରଣରୁ ଦନ୍ତା ହାତୀର ପ୍ରାଣ ଯାଇଥିବା କୁହାଯାଉଛି। ଖବର ପାଇ ଡିଏଫ୍ଓ ଘଟଣାସ୍ଥଳକୁ ଯାଇ ପହଂଚିଥିବା ଜଣାପଡ଼ିଛି। ଏହା ସହିତ ଏସ୍‌ଇଏଫ୍‌ ଶରତ କୁମାର ମିଶ୍ର, ଦେଉଳି ରେଞ୍ଜର ରବି ନାରାୟଣ ମହାନ୍ତି, ସ୍ବେଚ୍ଛାସେବୀ ଭାନୁମିତ୍ର ଅାଚାର୍ଯ୍ୟ ପ୍ରମୁଖ ମଧ୍ୟ ଘଟଣାସ୍ଥଳରେ ପହଛନ୍ତି।

ସମ୍ବନ୍ଧିତ ଖବର