ବିନା ଡ୍ରଗ୍ସ ଲାଇସେନ୍ସରେ ଚାଲି ଥିବା ଔଷଧ ଦୋକାନ ସିଲ

ରାଉରକେଲା: ସ୍ମାର୍ଟ ସିଟି ରାଉରକେଲାରେ ବିନା ଲାଇସେନ୍ସରେ ଚାଲିଛି ଅନେକ ଔଷଧ ଦୋକାନ। କେବଳ ବିନା ଲାଇସେନ୍ସ ନୁହେଁ ଅଧିକାଂଶ ଔଷଧ ଦୋକାନରେ ଫାର୍ମାସିଷ୍ଟ ବି ନାହାନ୍ତି l ବାରମ୍ବାର ଅଭିଯୋଗ ପରେ ଆଜି ଡ୍ରଗସ ବିଭାଗ, ଅବକାରୀ ବିଭାଗ ପକ୍ଷରୁ ସହରର ବିଭିନ୍ନ ଔଷଦ ଦୋକାନରେ ଚଢ଼ଉ କରାଯାଇଛି l ଡ୍ରଗ୍ସ ଇନ୍ସପେକ୍ଟର ଅଞ୍ଜନ ସାହୁ, ଅବକାରୀ ଇନ୍ସପେକ୍ଟର ସେହ୍ନଲତା ନାୟକ, ଅବନୀ ରଞ୍ଜନ ମହାପାତ୍ରଙ୍କ ନେତୃତ୍ୱରେ ଗଠିତ ଟିମ ସହରର ପ୍ରମୁଖ ଔଷଧ ଦୋକାନ ଚଢ଼ଉ କରିଥିଲେ l ଟ୍ରାଫିକ ଗେଟର ଅଗ୍ନି ମେଡ଼ିସିନ ଔଷଧ ଦୋକାନରେ ଚଢ଼ଉ କରି କାଗଜପତ୍ର ଯାଞ୍ଚ କରି ଥିଲେ l ଯାଞ୍ଚରୁ ଔଷଧ ଦୋକାନ ବିନା ଲାଇସେନ୍ସରେ ଚାଲିଥିବା ଜାଣିବାକୁ ପାଇଥିଲେ l ଲାଇସେନ୍ସ ନ ଥିବାରୁ ଔଷଦ ଦୋକାନକୁ ସିଲ କରିଥିଲେ l ସେମିତି ସେକ୍ଟର -୭, ଇସ୍ପାତ ମାର୍କେଟରେ ଥିବା ଔଷଦ ଦୋକାନରେ ମଧ୍ୟ ଚଢ଼ଉ କରାଯାଇଛି l ଔଷଧ ଦୋକାନରେ ନିଶା ସିରଫ ବିକ୍ରି ହେଉଛି କି ଯାଞ୍ଚ କରାଯାଇଛି l ଆଗାମୀ ଦିନରେ ଚଢ଼ଉ ଜାରି ରହିବ ବୋଲି ଡ୍ରଗ ଇନ୍ସପେକ୍ଟର କହିଛନ୍ତି l

ସମ୍ବନ୍ଧିତ ଖବର