ସୁନ୍ଦରଗଡ଼ରେ ୯ ବର୍ଷୀୟ ନାବାଳିକାକୁ ଦୁଷ୍କର୍ମ ଘଟଣା: ଛତିଶଗଡ଼ର ଯୁବକ ଝାରସୁଗୁଡ଼ାରୁ ଗିରଫ

ବାଲିଶଙ୍କରା: ସୁନ୍ଦରଗଡ଼ ଜିଲ୍ଲା ତଲସରା ଥାନା ଅନ୍ତର୍ଗତ ରାଉଲଡେଗା ଗ୍ରାମରେ ଗତ ଅଗଷ୍ଟ ୧୨ ତାରିଖ ଦିନ ଜଣେ ୯ ବର୍ଷର ନାବାଳିକାକୁ ଦୁଷ୍କର୍ମ ଘଟଣାରେ ପୁଲିସ ଅଭିଯୁକ୍ତ ଯୁବକକୁ ଗିରଫ କରିଛି।

ଘଟଣା ଦିନ ନାବାଳିକା ଏକା ଘରେ ଖେଳୁଥିବା ବେଳେ ଏହାର ସୁଯୋଗ ଦେଖି ନିଜ ନାନୀ-ଭେଣେଇଁ ଘରେ ରହି ଆସୁଥିବା ଏକ ପଡୋଶୀ ଛତିଶଗଡ଼ ରାଜ୍ୟର ରେଙ୍ଗାଳମାଳ ଗାଁର ପ୍ରେମାନନ୍ଦ ଚୌହାନ (୩୦) ବାଳିକା ଘରକୁ ଯାଇ ବାଳିକାକୁ ଦୁଷ୍କର୍ମ କରିଥିଲା। ବାଳିକାର ବାପା ମା’ ବିଲରୁ ଆସି ଝିଅ କାନ୍ଦୁଥିବାରୁ ତାକୁ ପଚାରିଥିଲେ। ଝିଅଟି କୌଣସି ଉତ୍ତର ଦେଇନଥିଲା। ଧୀରେ ଧୀରେ ବାଳିକାର ଦେହ ଅସୁସ୍ଥ ହେବା ଦ୍ୱାରା ମା’ ବାପାଙ୍କୁ ସମସ୍ତ କଥା କହିଥିଲା ଝିଅ।

ଅଗଷ୍ଟ ୧୬ ତାରିଖ ଦିନ ଥାନାରେ ଲିଖିତ ଅଭିଯୋଗ କରିଥିଲେ ପୀଡିତାର ମା’ ବାପା। ଅଭିଯୋଗ ଖବର ପାଇଲା କ୍ଷଣି ତଲସରା ଥାନା ଅଧିକାରୀ ଶ୍ରଦ୍ଧାଞ୍ଜଳି ସୁବୁଦ୍ଧିଙ୍କ ନେତୃତ୍ୱରେ ପୁଲିସ ଛତିଶଗଡ଼ ରାଜ୍ୟରେ ଓ ବିଭିନ୍ନ ସ୍ଥାନରେ ତଦନ୍ତ ଚଳାଇଥିଲା। କିନ୍ତୁ କୌଣସି ସୁରାକ ପାଇପାରିନଥିଲା। କୌଣସି ସୂତ୍ରରୁ ପ୍ରେମାନନ୍ଦ ଚୌହାନ ବାହାର ରାଜ୍ୟକୁ ଫେରାର ହେବାକୁ ଥିବାର ଖବର ପାଇ ତଲସରା ପୁଲିସ ଝାରସୁଗୁଡା ଜିଲ୍ଲାରେ ଉକ୍ତ ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଜଣାପଡିଛି।

ସମ୍ବନ୍ଧିତ ଖବର