ଗୋପାଳପୁର ବନ୍ଦର ପକ୍ଷରୁ ଭ୍ରାମ୍ୟମାଣ ସ୍ବାସ୍ଥ୍ୟ ସେବା ଶିବିର

ଛତ୍ରପୁର : ଗୋପାଳପୁର ବନ୍ଦରର ପାର୍ଶ୍ବବର୍ତ୍ତୀ ଅଞ୍ଚଳର ଜନସାଧାରଣଙ୍କ ଉତ୍ତମ ସ୍ବାସ୍ଥ୍ୟ ସେବା ଯୋଗାଇଦେବା  ଲକ୍ଷ୍ୟରେ  ଗୋପାଳପୁର ବନ୍ଦର ଏହାର ସାମାଜିକ ଦାୟିତ୍ୱବୋଧ କାର୍ଯକ୍ରମ ଅଧୀନରେ  ନିକଟସ୍ଥ କାଲିପଲ୍ଲୀ ପଞ୍ଚାୟତ ହରିପୁର-ବନ୍ଦର ଗ୍ରାମରେ ଏକ ଭ୍ରାମ୍ୟମାଣ ସ୍ୱାସ୍ଥ୍ୟସେବା ଶିବିର ଆୟୋଜିତ ହୋଇଯାଇଛି । ଏହି ସ୍ୱାସ୍ଥ୍ୟ ଶିବିରରେ  ଗୋପାଳପୁର ବନ୍ଦରର ଉପସଭାପତି (ମାନବ ସମ୍ବଳ ଏବଂ ଶିଳ୍ପ ସମ୍ପର୍କ) ଅଜୟ କୁମାର ମିଶ୍ର, ସହକାରୀ ଉପସଭାପତି (ମାନବ ସମ୍ବଳ ଏବଂ ଶିଳ୍ପ ସମ୍ପର୍କ) ଚିତ୍ତରଞ୍ଜନ ବାହିନୀପତି,  ସ୍ତ୍ରୀ ଓ ପ୍ରସୂତି, ଔଷଧ ଏବଂ ଶିଶୁବିଭାଗର ୬ ଜଣ ଡାକ୍ତର ଏବଂ କାଲିପଲ୍ଲୀ ପଞ୍ଚାୟତ ସରପଞ୍ଚ, ସମିତି ସଭ୍ୟ ଓ ଅନ୍ୟାନ୍ୟ ନେତୃବୃନ୍ଦ ଉପସ୍ଥିତ ଥିଲେ ।

ଏହି  ସ୍ବାସ୍ଥ୍ୟ ସେବା କେନ୍ଦ୍ରରେ ସ୍ତ୍ରୀ ରୋଗ, ଶିଶୁ ରୋଗ ଏବଂ ଭେଷଜ ବିଭାଗ ଚିକିତ୍ସା ଇତ୍ୟାଦି ମାଗଣାରେ ଯୋଗାଇଦିଆଯାଇଥିଲା । ଉକ୍ତ ସ୍ୱାସ୍ଥ୍ୟସେବା କେନ୍ଦ୍ରରେ  ପ୍ରାୟତଃ ୩୦୦ରୁ ଉର୍ଦ୍ଧ ଜନସାଧାରଣ ନିଜର ସ୍ବାସ୍ଥ୍ୟ ସମ୍ପର୍କରେ ଡାକ୍ତରଙ୍କ ଠାରୁ ବିଭିନ୍ୟ ସ୍ବାସ୍ଥ୍ୟ ଜନିତ ସମସ୍ୟା ର ସମାଧାନ ବିଷୟରେ ଆଲୋଚନା କରିଥିଲେ ।  ଗ୍ରାମର ସରପଞ୍ଚ ତଥା ଅନ୍ୟାନ୍ୟ ନେତୃବୃନ୍ଦ ଏବଂ ବୁଦ୍ଧିଜୀବୀ  ଗୋପାଳପୁର ପୋର୍ଟର ସାମାଜିକ ଦାୟିତ୍ୱବୋଧ କାର୍ଯ୍ୟକ୍ରମକୁ ପ୍ରଶଂସା କରିବା ସହ ଏହି କାର୍ଯକ୍ରମକୁ ଅଧିକରୁ ଅଧିକ ତ୍ୱରାନ୍ୱିତ କରିବା ପାଇଁ ଅନୁରୋଧ କରିଥିଲେ ।

ନିକଟରେ ଜନଗୋଷ୍ଠୀଙ୍କର ଉନ୍ନତ ସ୍ୱାସ୍ଥ୍ୟ ଏବଂ ଉତ୍ତମ ସହାବସ୍ଥାନ ନିଶ୍ଚିତ କରାଇବା ଉଦ୍ଦେଶ୍ୟରେ ଗୋପାଳପୁର ବନ୍ଦର ପକ୍ଷରୁ ଏହାର ସାମାଜିକ ଦାୟିତ୍ବବୋଧ କାର୍ଯକ୍ରମରେ ଏକ ନବନିର୍ମିତ ପ୍ରାଥମିକ ସ୍ୱାସ୍ଥ୍ୟ ପରୀକ୍ଷା କେନ୍ଦ୍ର ଉଦଘାଟନ କରାଯାଇଥିଲା ।

ସମ୍ବନ୍ଧିତ ଖବର