୫୦୦ରୁ ଅଧିକ ଆର୍‌ଏସ୍‌ପି କର୍ମଚାରୀଙ୍କୁ କରୋନା; ଦିନରେ ୨ ମୃତ, ସପ୍ତାହରେ ୫

ରାଉରକେଲା: ରାଉରକେଲା ଇସ୍ପାତ କାରଖାନା (ଆର୍‌ଏସ୍‌ପି)ରେ ମଧ୍ୟ ଦିନକୁ ଦିନ ବଢ଼ି ଚାଲିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା। ବର୍ତ୍ତମାନ ଆର୍‌ଏସ୍‌ପି ବିଭିନ୍ନ ବିଭାଗର ପ୍ରାୟ ୫୦୦ରୁ ଅଧିକାରୀ ଓ କର୍ମଚାରୀ କରୋନା ଆକ୍ରାନ୍ତ ହୋଇଛନ୍ତି। ଆଜି ଗୋଟିଏ ଦିନରେ ଦୁଇ କର୍ମଚାରୀଙ୍କ ଜୀବନ ଯାଇଛି। ସେମାନେ ହେଲେ ଆର୍‌ଏସ୍‌ପି ପ୍ଲେଟ ମିଲ୍‌ର ଦିଲୀପ ଦାସ। ଅନ୍ୟ ଜଣେ ହେଲେ ଟି ଆଣ୍ଡ ଆର୍‌ଏମ୍‌  ରକ୍ଷଣାବେକ୍ଷଣ ବିଭାଗର ରମେଶ ନାୟକ (୫୫)।  ଗତ ୩ ଦିନ ପୂର୍ବରୁ ତାଙ୍କ ମା’ କରୋନା ଆକ୍ରାନ୍ତରେ ମୃତ୍ୟୁ କରିଥିଲେ। ସେ ଗତ ୧୪ରେ ଆଇଜିଏଚ୍‌ରେ ଭର୍ତ୍ତି ହୋଇଥିଲେ। ସ୍ବର୍ଗତ ନାୟକ ରାଉରକେଲା ଇସ୍ପାତ କାରଖାନା କର୍ମଚାରୀ ସଂଘର ଜଣେ ସକ୍ରିୟ ସଦସ୍ୟ ଥିଲେ। ତାଙ୍କର ମୃତ୍ୟୁରେ ସଙ୍ଗଠନର ସଭାପତି ହିମାଂଶୁ ବଳ ଗଭୀର ଦୁଃଖ ପ୍ରକାଶ କରିଛନ୍ତି। ଶୋକ ସନ୍ତପ୍ତ୍ ପରିବାରକୁ ସମବେଦନା ଜଣାଇଛନ୍ତି। କେବଳ ଆର୍‌ଏସ୍‌ପି କର୍ମଚାରୀ ନୁହେଁ ‌ତାଙ୍କ ପରିବାର ଅନେକ ସଦସ୍ୟ କରୋନା ଆକ୍ରାନ୍ତ ହୋଇଛି। ସେକ୍ଟର-୨୦, ସେକ୍ଟର-୧ ଜି ବ୍ଲକରେ ଅଧିକ ଆର୍‌ଏସ୍‌ପି କର୍ମଚାରୀ  କରୋନା ଆକ୍ରାନ୍ତ ହୋଇଥିବାରୁ ସମ୍ପୃକ୍ତ ଅଞ୍ଚଳକୁ ଆର୍‌ଏମ୍‌ସି ପକ୍ଷରୁ ମାଇକ୍ରୋ କଣ୍ଟେନମେଣ୍ଟ ‌ଜୋନ୍‌ ଘୋଷଣା କରାଯାଇଛି।

ସମ୍ବନ୍ଧିତ ଖବର