ବାଇକ୍ ସହ ୫ କେଜି ଗଂଜେଇ ଜବତ, ୨ ଗିରଫ

ସୁନ୍ଦରଗଡ଼: ମଙ୍ଗଳବାର ରାତିରେ ସୁନ୍ଦରଗଡ଼ ଟାଉନଥାନା ପୁଲିସ ୨ ଜଣ ଗଂଜେଇ ଚୋରା ବେପାରୀଙ୍କୁ ଗିରଫ କରିବାରେ ସକ୍ଷମ ହୋଇଛି। ସେମାନେ ହେଲେ ସଦରଥାନା ବାଉରିମୁଣ୍ଡାର ଚନ୍ଦ୍ରମଣି ଲାକ୍ରା(୩୫) ଓ ଦେହୁରିମୁଣ୍ଡାର କାର୍ତ୍ତିକ କୁଜୁର (୪୦)। ସେମାନଙ୍କ ଠାରୁ ଗୋଟିଏ ବାଇକ୍ (ଓଡି-୧୬ଜି-୭୨୧୯) ସହ ୫ କେଜି ୪ ଶହ ଗ୍ରାମ ଗଂଜେଇ ନଗଦ ୯୪୭୦ ଟଙ୍କା ଓ ମୋବାଇଲ ଜବତ କରାଯାଇଛି। ଗତ ରାତିରେ ଝାରସୁଗୁଡ଼ା ଅଞ୍ଚଳରୁ ଅଭିଯୁକ୍ତ ଚନ୍ଦ୍ରମଣି ଓ କାର୍ତ୍ତିକ ହିରୋ ବାଇକ୍ରେ ଗଂଜେଇ ନେଇ ବାଉରିମୁଣ୍ଡା ଆସୁଥିବା ଟାଉନଥାନା ପୁଲିସକୁ ସୂଚନା ମିଳିଥିଲା। ଭାରପ୍ରାପ୍ତ ଥାନାଧିକାରୀ ସୂର୍ଯ୍ୟକାନ୍ତି ଦାଶ ଏସପି ଓ ଏସଡିପିଓଙ୍କୁ ସୂଚନା ଦେବା ପରେ ଟାଉନଥାନା ଏସଆଇ ସନ୍ତୋଷ କୁମାର ସେଠୀଙ୍କ ନେତୃତ୍ବରେ ଏକ ଟିମ୍ ତୁରନ୍ତ ସେମାନେ ଆସୁଥିବା ରାସ୍ତାରେ ପହଞ୍ଚି ବାଇକ୍ ସହ ଗଂଜେଇ ଧରିଥିଲେ। ଆଜି ଦୁଇ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି।

ସମ୍ବନ୍ଧିତ ଖବର