ସ୍ବାଭିମାନ ଅଞ୍ଚଳର ବିକାଶ ନେଇ ମୁଖ୍ୟମନ୍ତ୍ରୀ ଏବଂ ଜିଲ୍ଲାପାଳଙ୍କୁ ପତ୍ର ଲେଖିଲେ ସାଂସଦ

ମାଲକାନଗିରି:  ମାଲକାନଗିରି ଜିଲ୍ଲାର ଚିତ୍ରକୋଣ୍ଡା ବ୍ଲକର ସ୍ବାଭିମାନ ଅଞ୍ଚଳର ବିକାଶର ଧାରା ଚାଲୁ ରହିଥିବା ବେଳେ ଏବେ ସବୁଠାରୁ ବଡ ସମସ୍ୟା ବ୍ୟାଙ୍କ ବ୍ୟବସ୍ଥାକୁ ନେଇ ଦେଖାଦେଇଛି। ଲୋକେ ନିଜର କଷ୍ଟାର୍ଜିତ ଟଙ୍କାକୁ କୌଣସି ବ୍ୟାଙ୍କ କିମ୍ବା ଅନ୍ୟ କୌଣସି ସରକାରୀ ପୋଷ୍ଟ ଅଫିସରେ ଜମା କରିପାରୁ ନଥିବାରୁ ବହୁ ହଇରାଣ ହେଉଥିବା କୁହାଯାଇଛି।

ଏପରିକି ଭତ୍ତା ଠାରୁ ଆରମ୍ଭ କରି ପ୍ରଧାନମନ୍ତ୍ରୀ ଆବାସ ଯୋଜନା ସମସ୍ତ କ୍ଷେତ୍ରରେ ବ୍ୟାଙ୍କ ଉପରେ ହିଁ ନିର୍ଭର କରିବାକୁ ପଡୁଥିବା ଲୋକେ ସାଂସଦ ରମେଶ ଚନ୍ଦ୍ର ମାଝିଙ୍କ ନିକଟରେ ଫେରାଦ ହୋଇଥିଲେ।ଏହି ସମସ୍ୟା ଅଙ୍ଗେ ନିଭାଇବା ପରେ ସାଂସଦ ରମେଶ ମାଝି ସ୍ବାଭିମାନ ଅଞ୍ଚଳର ଯଡାମ୍ବ,ପଣସପୁଟ,ଯନ୍ତ୍ରୀ ଦୁର୍ଗମ ପଞ୍ଚାୟତର ଲୋକମାନଙ୍କ ପାଇଁ କିପରି ବ୍ୟାଙ୍କ ଏଠାରେ ଖୋଲାଯିବ ସେନେଇ ଜିଲ୍ଲାପାଳଙ୍କୁ ଅବଗତ କରାଇଛନ୍ତି।

ଏନେଇ ତୁରନ୍ତ ପଦକ୍ଷେପ ଗ୍ରହଣ କରିବାକୁ ସେ ଅନୁରୋଧ କରିଛନ୍ତି। ସେହିପରି ଚିତ୍ରକୋଣ୍ଡାରେ ଷ୍ଟ୍ରିଟ ଲାଇଟର ବ୍ୟବସ୍ଥା କରିବା ପାଇଁ ଜିଲ୍ଲାପାଳଙ୍କୁ ପତ୍ର ଲେଖିଥିବା ଜଣାପଡିଛି। ସାଂସଦ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ମଧ୍ୟ ପତ୍ର ଲେଖି ଚିତ୍ରକୋଣ୍ଡା ଠାରେ ରହିଥିବା ଉପଖଣ୍ଡ ଚିକିତ୍ସାଳୟ ନିକଟରେ ଏକ ଆଧାରକେନ୍ଦ୍ର ଖୋଲିବା ନେଇ ଅନୁରୋଧ କରିଛନ୍ତି।

ଏଠାରେ ଗରିବରୁ ଅତି ଗରିବ ଲୋକ ମେଡିକାଲ ଆସୁଥିବା ବେଳେ ଦିନ ଦିନ ଧରି ଏଠାରେ ରହୁଛନ୍ତି।ତେବେ ସେମାନଙ୍କ ପାଇଁ ଏଠାରେ ଖାଇବା ପିଇବାର କୌଣସି ବ୍ୟବସ୍ଥା ନଥିବାରୁ ବହୁ ହଇରାଣ ହେଉଥିବା ପତ୍ରରେ ଉଲ୍ଲେଖ କରିଛନ୍ତି।ତେବେ ସାଂସଦ ରମେଶ ମାଝିଙ୍କର ଏଭଳି ଜନହିତକର କାମ ପାଇଁ ସେହି ଅଞ୍ଚଳର ଲୋକେ ଭୃୟସୀ ପ୍ରଶଂସା କରିଛନ୍ତି।

ସମ୍ବନ୍ଧିତ ଖବର