ପୋଖରୀରେ ବୁଡ଼ି ଅଜଣା ବ୍ୟକ୍ତିଙ୍କ ମୃତ୍ୟୁ

ଡାବୁଗାଁ: ସୋମବାର ସକାଳ ପ୍ରାୟ ୮ଟା ସମୟରେ ନବରଙ୍ଗପୁର ଜିଲ୍ଲା ଡାବୁଗାଁ ଥାନା ସଦର କୃଷି ଫାର୍ମ ପରିସରସ୍ଥ ଠାକୁରାଣୀ ମନ୍ଦିର ପାଖ ପୋଖରୀରେ ଜଣେ ଅଚିହ୍ନା ବ୍ୟକ୍ତିଙ୍କର ମୃତ୍ୟୁ ହୋଇଯାଇଛି। ବ୍ୟକ୍ତିଜଣକ ଶୌଚ ହେବାକୁ ପୋଖରୀକୁ ଯାଇଥିବା ବେଳେ ବୁଡ଼ିଯାଇଥିବା ଜଣାପଡ଼ିଛି।

ସ୍ଥାନୀୟ ଲୋକଙ୍କ ଠାରୁ ଖବର ପାଇ ଅଗ୍ନିଶମ କର୍ମଚାରୀମାନେ ପୋଖରୀ ମଧ୍ୟରୁ ସେ ବ୍ୟକ୍ତିଙ୍କ ଶବ ଉଦ୍ଧାର କରିଥିଲେ। ପୁଲିସ ଶବ ଜବତ କରି ଘଟଣାର ତଦନ୍ତ ଆରମ୍ଭ କରିଛି।

ସମ୍ବନ୍ଧିତ ଖବର