ନବରଙ୍ଗପୁର: ଡିଟିଏଚ୍ ସର୍ଭସ ବୟକୁ ଏସପିଙ୍କ ମାଡ ଅଭିଯୋଗ 

ଏସିପି କ୍ଷମା ନମାଗିଲେ ୪ରେ ନବରଙ୍ଗପୁର ବନ୍ଦ-‌କଂଗ୍ରେସ

ନବରଙ୍ଗପୁର: ନବରଙ୍ଗପୁରର ଏସପିଙ୍କ ପିଛା ଛାଡୁନି ବିବାଦ। ଏବେ ଆରକ୍ଷୀ ଅଧିକ୍ଷକ ବିବେକା ନନ୍ଦ ଶର୍ମା ଡିଟିଏଚ୍ ସର୍ଭସ ବୟ ବାବୁଲା ଭତ୍ରାକୁ ମାଡ ଅଭିଯୋଗ ଆଣିଛି ଜିଲ୍ଲା କଂଗ୍ରେସ । ଏକ ସାମ୍ବାଦିକ ସମ୍ମିଳନୀ ମାଧ୍ୟମରେ ଜିଲ୍ଲା କଂଗ୍ରେସ ଅଭିଯୋଗ ଆଣି କହିଛି ଯେ ଗତ ୨ ଦିନ ପୂର୍ବେ ଏସପିଙ୍କ ରେସରେ ଟିଭି କନେକ୍ସନ ଆସୁନଥିବା ନେଇ ଟାଟାସ୍କାଏ ର ସର୍ଭିସ ବଓୟ  ନବରଙ୍ଗପୁର ସେନାପତି ସାହିର ବାବୁଲା ଭତ୍ରା ଏସପିଙ୍କ ରେସକୁ ଟିଭି କନେକ୍ସନ ସଜାଡିବା ପାଇଁ ଯାଇଥିଲେ। କନେକ୍ସନ ସଜାଡବା ସମୟ ରେ ଏସପି ବିବେକା ନନ୍ଦ ଶର୍ମା ଘରେ ପହଞ୍ଚିଥିଲେ। ସେ ଏସପି ବୋଲି ଜାଣିପାରିନଥିଲେ। ଏସପି ପଚାରିଲେ ତୁ କଣ କରୁଛୁ  ବୋଲି ପଚାରିଥିଲେ। ସେ ଭୟଭିତ ହୋଇ ତାର ନେଇଥିବା ସରଞ୍ଜାମ ଜୋଗାଡ କରି ସେଠାରୁ ପଳାଇ ଆସିବା ବେଳେ ଏସପି ତାଙ୍କ ନିକଟକୁ ଆସି ତୁ ମୋତେ ଚିନିପାରୁନୁ। ସମ୍ମାନ ଦେବାର ଜାଣିନୁ ବୋଲି କହି ଅକଥନିୟ ମାଡ ମାରିଥିଲେ।

ବାବୁଲାଙ୍କ ଉପରେ ଏସିପଙ୍କ ଅକଥନିୟ ଅତ୍ୟାଚାରକୁ ଜିଲ୍ଲା କଂଗ୍ରେସ କେବେ ହେଲେ ସହ୍ୟ କରିବ ନାହିଁ। ଜିଲ୍ଲାର ନାଗରୀକକୁ ସୁରକ୍ଷା ଦେବା ଦାୟିତ୍ୱ କଂଗ୍ରେସର ରହିଛି ବୋଲି ପୂର୍ବତନ ସାଂସଦ ପ୍ରଦୀପ ମାଝୀ କହିଛନ୍ତି। ଏବେ ବାବୁଲାକୁ ପୁଲିସ ଗାଏବ କରିଥିବାର ବି ଅଭିଯୋଗ କରିଥିଲେ। ମାନବିକତା ଦୃଷ୍ଟି କଣରୁ ବିଜେଡି ଓ ବିଜେପିର ନେତା ମାନେ ଚୁପ୍ କାହିଁକି ରହିଛନ୍ତି। ନବରଙ୍ଗପୁର ଜିଲ୍ଲା ବାସୀଙ୍କୁ ଆକ୍ରମଣ ଓ ଅତ୍ୟାଚାର ହେଲେ ମଧ୍ୟ ନେତା ମାନେ ଚୁପ୍ ହୋଇ ରହିଥିବାରୁ ଉଭୟ ଦଳ ନେତାଙ୍କୁ ଚୁଡି ପିନ୍ଧି ବସି ରହିବା ପାଇଁ କଂଗ୍ରେସ ଚୁଡି ପଠାଇବ ବୋଲି ସେମାନଙ୍କ ପାଇଁ ଅଣାଯାଇଥିବା ଚୁଡି ଗୁଡିକୁ ସାମ୍ବାଦିକ ସମ୍ମିଳନୀ ରେ ପ୍ରଦର୍ଶନ କରାଯାଇଥିଲା। ତୁରନ୍ତ ଆସନ୍ତା ୪ ତାରିଖ ମଧ୍ୟରେ ଏସପି ବାବୁଲାଙ୍କ ନିକଟରେ ନିଃସ୍ୱାର୍ଥ କ୍ଷମା ନମାଗିଲେ ନବରଙ୍ଗପୁର ସହର କୁ ବନ୍ଦ ପାଳନ କରାଯିବ ବୋଲି ପ୍ରଦୀପ ମାଝୀ ଡାକରା ଦେଇଥିଲେ।

 

ସମ୍ବନ୍ଧିତ ଖବର