ଭାପୁର: ଗତକାଲି ଅପରାହ୍ଣରେ ବିଜିପୁର ଗ୍ରାମରେ ଥିବା ରାମଚନ୍ଦ୍ର ସାହୁ ହାଇସ୍କୁଲର ଖେଳ ଶିକ୍ଷକ ବିଶ୍ବନାଥ ମୁଦୁଲି ଅପରାହ୍ଣରେ ତାଙ୍କ ଭଡ଼ା ଘରେ ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କୁ ଟ୍ୟୁସନ୍ କରୁଥିବା ବେଲେ ଟ୍ୟୁସନ୍ ଛୁଟି କରିଥିଲେ। ମାତ୍ର ଶେଷରେ ଅଷ୍ଟମ ଶ୍ରେଣୀରେ ଅଧ୍ୟୟନ କରୁଥିବା ନାବାଳିକା ଛାତ୍ରୀ ମୋନାଲିସା(ଛଦ୍ମନାମ)କୁ ଟ୍ୟୁସନ୍ କରୁଥିବା ବେଳେ ପାଣି ପିଇବା ବାହାନା ଦେଖାଇ ଗୋଟିଏ ଘରକୁ ଡାକିଥିଲେ। ଘରେ କେହି ନଥିବା ସୁଯୋଗରେ ନାବାଳିକା ଛାତ୍ରୀଙ୍କୁ ଅସଦାଚରଣ କରିଥିବା ଘଟଣାର ଅଭିଯୋଗ ନେଇ ଛାତ୍ରୀ ଜଣକ ଥାନାରେ ଅଭିଯୋଗ କରିଥିଲେ। ଅଭିଯୋଗକୁ ଭିତ୍ତିକିରି ଫତେଗଡ଼ ଥାନାରେ ବିଭିନ୍ନ ସଙ୍ଗିନ ଦଫାରେ ମାମଲା ରୁଜୁ ହୋଇଛି। ଏହି ଘଟଣାରେ ଛାତ୍ରୀ ଜଣଙ୍କୁ ଭାପୁର ମେଡିକାଲ୍କୁ ଡାକ୍ତରୀ ମାଇନା ପାଇଁ ପଠାଇଥିବା ବେଳେ ଖେଳ ଶିକ୍ଷକ ଶ୍ରୀ ମୁଦୁଲିକୁ କୋର୍ଟରେ ହାଜର କରିଥିଲେ। କୋର୍ଟରେ ବେଲ୍ ଆବେଦନ ଅଗ୍ରାହ୍ୟ ହେବାରୁ ଅଭିଯୁକ୍ତକୁ ଜେଲ୍ ପଠାଇ ଦିଆଯାଇଛି।