ସର୍ବଭାରତୀୟ ସ୍ତରରେ ଡିଜି ଏନସିସି କମୋଡେସନ୍ ପୁରସ୍କାର ପାଇବେ ଏନସିସି ଅଧିକାରୀ ଲକ୍ଷ୍ମଣ ଓ କ୍ୟାଡେଟ୍ ଦିବ୍ୟାସ

ଜୟପୁର: କେନ୍ଦ୍ର ଡିଫେନସ୍ ବିଭାଗ ଅଧିନରେ ଥିବା ଏନସିସିର ଡାଇରେକ୍ଟର ଜେନରାଲ ସର୍ବଭାରତୀୟ ସ୍ତରରେ ଏନସିସିରେ କରିଥିବା ବିଭିନ୍ନ କୃତିତ୍ବକୁ ଲକ୍ଷ୍ୟରେ ରଖି ଡିଜି ଏନସିସି କମୋଡେସନ୍ ପୁରସ୍କାର -୨୦୨୧ ଘୋଷଣା କରିଛନ୍ତି। ସର୍ବଭାରତୀୟ ସ୍ତରରେ ୧୪୨ଜଣଙ୍କ ନାଁ ଘୋଷଣା କରାଯାଇଛି। ଏଥିରେ ଓଡିଶାର ୩ଜଣ ଏନସିସି ଅଧିକାରୀ ଓ ୩ କ୍ୟାଡେଟ୍ ଏଭଳି ୬ଜଣ ତାଲିକାରେ ସ୍ଥାନ ପାଇଛନ୍ତି।

କୋରାପୁଟ ଜିଲ୍ଲାର ଜୟପୁର ବିକ୍ରମ ଦେବ ସ୍ବୟଂଶାସିତ ମହାବିଦ୍ୟାଳୟର ଏନସିସି ଅଧିକାରୀ ଲକ୍ଷ୍ମଣ ପାତ୍ର ଶ୍ରେଷ୍ଠ ଅଧିକାରୀ ଓ ଏହି ମହାବିଦ୍ୟାଳୟର ଯୁକ୍ତ ତିନି ପ୍ରଥମ ବର୍ଷର ଛାତ୍ର ଦିବ୍ୟାସ ପାଣିଗ୍ରାହୀଙ୍କୁ ଶ୍ରେଷ୍ଠ କ୍ୟାଡେଟ୍ ଭାବେ ପୁରସ୍କୃତ ପାଇଁ ଚୟନ କରାଯାଇଛି। ଆସନ୍ତା ୨୦୨୨ ଆରଡିସି (ରିପବ୍ଲିକ୍ ଡେ୍ ପ୍ୟାରେଡ)ରେ ଏମାନଙ୍କୁ ପୁରସ୍କୃତ କରାଯିବ ବୋଲି ସୂଚନା ମିଳିଛି।

ଏନସିସି ଅଧିକାରୀ ଶ୍ରୀ ପାତ୍ର ସମାଜସେବା, ସ୍ବେଚ୍ଛାକୃତ ରକ୍ତଦାନ ଶିବିର, କରୋନା ସଂପର୍କରେ ସଚେତନତା ସୃଷ୍ଟି କରିବା ଏବଂ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଏନସିସି ପ୍ରତି ଆଗ୍ରହ ସୃଷ୍ଟି କରିଥିବାରୁ ଏହି ପୁରସ୍କାର ମିଳୁଥିବା ସୂଚନା ମିଳିଛି। ସେଭଳି କ୍ୟାଡେଟ୍ ଦିବ୍ୟାସ୍ ଶୃଙ୍ଖଳିତ କ୍ୟାଡେଟ୍ ଭାବେ ଚୟନ ହୋଇଛି। ଉଭୟଙ୍କୁ କଲେଜର ଅଧ୍ୟକ୍ଷ ଡ.ଗୋପାଳ ହାଲଦାର, ଅନ୍ୟାନ୍ୟ ଅଧ୍ୟାପକ, ଅଧ୍ୟାପିକା ଆଦି ଶୁଭେଛା ଜ୍ଞାପନ କରିବା ସହ କୋରାପୁଟ ଜିଲ୍ଲାର ଗର୍ବ ଓ ଗୌରବ ବୃଦ୍ଧି କରିବାରେ ଉଭୟ ସହାୟକ ହୋଇଛନ୍ତି ବୋଲି କହିଛନ୍ତି।

ସମ୍ବନ୍ଧିତ ଖବର