କାମାକ୍ଷାନଗର: ମୁକ୍ତାପଶି ନାବାଳକ ହତ୍ୟାକାଣ୍ଡର ଅନ୍ୟ ଅଭିଯୁକ୍ତଙ୍କୁ ଗିରଫ ଦାବିରେ ଜାତୀୟ ରାଜପଥ ଅବରୋଧ

କାମାକ୍ଷାନଗର: ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଥାନା ଅନ୍ତର୍ଗତ ମୁକ୍ତାପଶି ଗ୍ରାମର ପ୍ରଦୀପ ସାହୁଙ୍କ ୮ ବର୍ଷର ପୁଅ ପ୍ରବୀଣ ସାହୁଙ୍କ ଅପହରଣ ଓ ହତ୍ୟା ମାମଲାରେ ଅନ୍ୟ ଦୁଇ ଜଣ ଅଭିଯୁକ୍ତଙ୍କୁ ଗିରଫ କରିବା ଦାବିରେ ଆଜି ମୁକ୍ତାପଶି ଛକ ନିକଟରେ ଲୋକେ ୫୩ ନମ୍ବର ଜାତୀୟ ରାଜପଥ ଅବରୋଧ କରିଛନ୍ତି। ଏହି ଘଟଣାରେ ପୁଲିସ ମୃତ ପ୍ରବୀଣଙ୍କ ବଡ଼ବାପା ପୁଅ ସତ୍ୟଶୁଭନ ସାହୁଙ୍କୁ ଗିରଫ କରିଥିବା ବେଳେ ଏହି ହତ୍ୟାକାଣ୍ଡରେ ତାଙ୍କ ଭାଇ ପପୁନ ସାହୁ ଓ ମାଆ ଗୁଟୁଳି ସାହୁ ସାମିଲ ଥିବା ଅଭିଯୋଗ କରି ସେମାନଙ୍କୁ ଗିରଫ କରିବା ଦାବିରେ ଲୋକେ ରାସ୍ତାରୋକ କରିଛନ୍ତି।
ସୂଚନାଯୋଗ୍ୟ ଯେ ଗତ ୧୫ ତାରିଖରେ ପ୍ରବୀଣଙ୍କୁ ସତ୍ୟଶୁଭନ ଅପହରଣ କରି ନେଇଥିଲା। ୧୬ ତାରିଖ ଦିନ ପ୍ରବୀଣଙ୍କ ମୃତଦେହ ସତ୍ୟଶୁଭନଙ୍କ ଘରୁ ଏକ ଅଖାଭିତରୁ ଜବତ କରାଯାଇଥିଲା। ଏହି ଘଟଣାରେ ପୁଲିସ ସତ୍ୟଶୁଭନଙ୍କୁ ଗିରଫ କରିଛି।

ସମ୍ବନ୍ଧିତ ଖବର