ଲୋକାୟୁକ୍ତ ନିଯୁକ୍ତି ଦାବିରେ କଂଗ୍ରେସ ସଦସ୍ୟଙ୍କ ବିଧାନସଭାରେ ଧାରଣା, ଗୃହ ସାଢ଼େ ୧୧ଟା ଯାଏ ମୁଲତବି

ଭୁବନେଶ୍ୱର: ଲୋକାୟୁକ୍ତ ନିଯୁକ୍ତି ଦାବିରେ ଆଜି ବିଧାନସଭାରେ ହୋ ହଲ୍ଲା କରିଛନ୍ତି କଂଗ୍ରେସ ସଦସ୍ୟମାନେ। ରାଜ୍ୟ ସରକାର ଲୋକାଯୁକ୍ତ ନିଯୁକ୍ତି କରିବା ନେଇ ଉଦାସୀନତା ପ୍ରଦର୍ଶନ କରୁଛନ୍ତି ବୋଲି ଅଭିଯୋଗ କରି କଂଗ୍ରେସ ସଦସ୍ୟମାନେ ହୋ ହଲ୍ଲା କରିବା ସହିତ ବିଧାନସଭା ମଧ୍ୟଭାଗରେ ଧାରଣାରେ ବସିଛନ୍ତି। ବିରୋଧୀଦଳ ନେତା ନରସିଂହ ମିଶ୍ରଙ୍କ ନେତୃତ୍ୱରେ କଂଗ୍ରେସ ବିଧାୟକମାନେ ଏହି ଧାରଣାରେ ବସିଛନ୍ତି। କଂଗ୍ରେସ ସଦସ୍ୟଙ୍କ ହୋ ହଲ୍ଲା ଯୋଗୁଁ ଗୃହକାର୍ଯ୍ୟ ପରିଚାଳନା ଅସୁବିଧା ହେବାରୁ ବାଚସ୍ପତି ପ୍ରଦୀପ ଅମାତ ଗୃହକୁ ସକାଳ ୧୧ଟା ୩୦ ମିନିଟ ପର୍ଯ୍ୟନ୍ତ ମୁଲତବି ରଖିଛନ୍ତି।

ସମ୍ବନ୍ଧିତ ଖବର