ନୂଆପଡ଼ା: ନୂଆପଡ଼ା ସଦର ବ୍ଲକ ଅନ୍ତର୍ଗତ ବୋଏରଭାଡ଼ି ଗ୍ରାମର ଦାଦନ ସିଆରାମ ନାଏକଙ୍କ ଚିକିତ୍ସା ଅବହେଳାରୁ ଉତ୍ତରପ୍ରଦେଶରେ ମୃତ୍ୟୁ ହୋଇଥିଲା। ଏନେଇ ମାନବାଧିକାର କମିସନରେ ମାମଲା ପଞ୍ଜୀକୃତ ହେବା ପରେ ୪ ସପ୍ତାହ ମଧ୍ୟରେ ଘଟଣାର ତଦନ୍ତ କରି ରିପୋର୍ଟ ଦେବା ପାଇଁ ନୂଆପଡା ଏସପିଙ୍କୁ ଜଣାଇଛନ୍ତି।
ଗତ ଜାନୁଆରି ୭ ତାରିଖରେ ସଦର ବ୍ଲକ ବୋଏରଭାଡି ଗ୍ରାମର ସିଆରାମ ନାଏକ ତାଙ୍କ ସ୍ତ୍ରୀ ସୁନ୍ଦରବତୀ ନାଏକ (୩୫) ୫ ଜଣ ନାବାଳିକା ଝିଅଙ୍କ ସହିତ ଜଣେ ଦାଦନ ସର୍ଦାରଙ୍କ ସହଯୋଗରେ ଉତ୍ତରପ୍ରଦେଶର ଆମ୍ବେଦକର ନଗରର ଏକ ଇଟାଭାଟିରେ କାମ କରିବାକୁ ଯାଇଥିଲେ। ହେଲେ ସେଠାରେ ସିଆରାମ ଦୁଇଦିନ ଧରି ଅସୁସ୍ଥ ଥିଲେ ମଧ୍ୟ ମାଲିକ ଚିକିତ୍ସା ନକରି କାମରେ ନିୟୋଜିତ କରିଥିଲେ। ଫଳରେ ଗତ ଏପ୍ରିଲ ମାସରେ ତାଙ୍କର ମୃତ୍ୟୁ ଘଟିଥିଲା। ପରିବାରର ଅନିଚ୍ଛା ସ୍ୱତ୍ତ୍ୱେ ଶବକୁ ବ୍ୟବଚ୍ଛେଦ ନକରି ମାଲିକ ଲୋକ ଲଗାଇ ପୋଡି ଦେଇଥିବା ବୋଏରଭାଡି ଗ୍ରାମର ଆନନ୍ଦ ନାଏକ ଜୋଙ୍କ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ମଙ୍ଗଳବାର ସିଆରାମର ସ୍ତ୍ରୀ ଓ ୫ ଜଣ ନାବଳିକା ଝିଅ ବନ୍ଧକ ଥିବା ପରିବାର ଲୋକେ ଖବର ପାଇ ତାଙ୍କୁ ସେଠାରୁ ଉଦ୍ଧାର କରି ରାୟପୁର ଷ୍ଟସନରେ ପହଞ୍ଚିଥିଲେ।
Sambad is now on WhatsApp
Join and get latest news updates delivered to you via WhatsApp
ଏ ସଂପର୍କରେ ଖବର ପାଇ ରାୟପୁର ଷ୍ଟସନରୁ ଦାଦନ ଦଲାଲମାନେ ତାଙ୍କୁ ଏକ ଗାଁକୁ ନେଇଯାଇଥିଲେ ଓ ତାଙ୍କ କାଗଜପତ୍ର ଛଡାଇ ନେଇଥିଲେ। କାଗଜପତ୍ର ଛଡେଇ ନେଇଯାଇଥିବାରୁ ସରକାରୀ ସହାୟତା ପାଇବାରୁ ବଞ୍ଚିତ ହେବୁ ବୋଲି ମୃତ ସିଆରାମଙ୍କ ସ୍ତ୍ରୀ ଜୋଙ୍କ ଥାନାରେ କରିଥିଲେ। ଏପରିକି ବିନା ବ୍ୟବଚ୍ଛେଦରେ ସ୍ୱାମୀଙ୍କ ଶବକୁ ପୋଡ଼ ଦେଇଥିବା ଓ ଏବଂ ଅପରହଣ କରି କାଗଜପତ୍ର ନେଇଯାଇ ଧମକଚମକ ଦେଇଥିବା ଦୋଷୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ପାଇଁ ସୁନ୍ଦରବତୀ ଦାବି କରିଥିଲେ। ଏହି ଘଟଣାରେ ତାଙ୍କ ପ୍ରତି ମାନବ ଅଧିକାର ଉଲ୍ଲଘଂନ ହୋଇଛି ଓ ସେ ନ୍ୟାୟ ପାଇବା ଉଚିତ ବୋଲି ବୈାଦ୍ଧର ମାନବିଧିକାର କର୍ମୀ ସଚିନ୍ଦ୍ର ସାହୁ ମାନବାଧିକାର କମିସନଙ୍କ ନିକଟରେ ମାମଲା ଦାୟର କରିଥିଲେ। କମସନ ଏନେଇ ଘଟଣାର ତଦନ୍ତ କରି ୪ ସପ୍ତାହ ମଧ୍ୟରେ ରିପୋର୍ଟ ପ୍ରଦାନ ପାଇଁ ନୂଆପଡା ଏସପି ସମେତ ଉତ୍ତରପ୍ରଦେଶ ଆମ୍ବେଦକର ନଗର ଏସପିଙ୍କୁ ଜଣାଯାଇ ଥିବା ଶ୍ରୀ ସାହୁ ପ୍ରକାଶ କରିଛନ୍ତି।