ଆଜି ଅଫ୍‌ଲାଇନ୍‌ ମାଟ୍ରିକ ପରୀକ୍ଷା; ୧୭ ପରୀକ୍ଷା କେନ୍ଦ୍ରରେ ୮୨୮ ଛାତ୍ରଛାତ୍ରୀ 

୭୬୨ ରେଗୁରାଲ୍‌, ୬୬ ଏକ୍ସରେଗୁରାଲ ଛାତ୍ରଛାତ୍ରୀ

ରାଉରକେଲା: ଆସନ୍ତାକାଲି (ଶୁକ୍ରବାର)ଠୁ ଆରମ୍ଭ ହେବ ଅଫ୍‌ଲାଇନ୍‌ ମାଟ୍ରିକ ପରୀକ୍ଷା। ଚଳିତ ପରୀକ୍ଷାରେ ଫଳାଫଳକୁ ନେଇ ଅସନ୍ତୁଷ୍ଟ ଛାତ୍ରଛାତ୍ରୀ ପରୀକ୍ଷା ଦେବାକୁ ଯାଉଛନ୍ତି। ପରୀକ୍ଷା ଆସନ୍ତା ଅଗଷ୍ଟ ୫ ତାରିଖ ପର୍ଯ୍ୟନ୍ତ ଚାଲିବ। ଛାତ୍ରଛାତ୍ରୀମାନେ ପୂର୍ବାହ୍ନ ସାଢ଼େ ୯ଟାରେ ପରୀକ୍ଷା କେନ୍ଦ୍ରକୁ ପ୍ରବେଶ କରିବେ। ୧୦ଟାରୁ ଅପରାହ୍ନ ସାଢ଼େ ୧୨ଟା ପର୍ଯ୍ୟନ୍ତ ଚାଲିବ। ଏଥିପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି। ପ୍ରଶ୍ନପତ୍ରଗୁଡ଼ିକ ନୋଡାଲ୍‌ ସେଣ୍ଟରରେ ପହଞ୍ଚି ସାରିଛି।

ସୁନ୍ଦରଗଡ ଜିଲ୍ଲାରେ ୧୭ଟି ପରୀକ୍ଷା କେନ୍ଦ୍ରରେ ମୋଟ ୮୨୮ ଛାତ୍ରଛାତ୍ରୀ ପରୀକ୍ଷା ଦେବେ। ରେଗୁରାଲ ଓ ଏକ୍ସ ରେଗୁରାଲ ୭୬୨, ମୁକ୍ତ ବିଦ୍ୟାଳୟ ରେଗୁରାଲ ଓ ଏକ୍ସରେଗୁରାଲରେ ୬୬ ଛାତ୍ରଛାତ୍ରୀ ରହିଛନ୍ତି। ୯ଟି ପରୀକ୍ଷା କେନ୍ଦ୍ରରେ ଅସନ୍ତୁଷ୍ଟ ରେଗୁରାଲ ସହ ଏକ୍ସରେଗୁରାଲ ଛାତ୍ରଛାତ୍ରୀ ପରୀକ୍ଷା ଦେଉଛନ୍ତି। ୮ଟି କେନ୍ଦ୍ରରେ ମୁକ୍ତ ବିଦ୍ୟାଳୟର ଛାତ୍ରଛାତ୍ରୀ ମାଟ୍ରିକ ପରୀକ୍ଷା ଦେଉଛନ୍ତି।  ସବ୍‌ଡେଗା ଉପେନ୍ଦ୍ର ଉଚ୍ଚ ବିଦ୍ୟାଳୟର ପରୀକ୍ଷା କେନ୍ଦ୍ରରେ  ଏକ୍ସ ରେଗୁଲା ଓ ରେଗୁଲାର ମୋଟ ୩୨ ଛାତ୍ରଛାତ୍ରୀ ପରୀକ୍ଷା ଦେଉଛନ୍ତି।

କୁତ୍ରା ଉଚ୍ଚ ବିଦ୍ୟାଳୟରେ ୩୬, ଲେଫ୍ରିପଡା ଜୟରାମ ଉଚ୍ଚ ବିଦ୍ୟାଳୟରେ  ୩୪, ସୁନ୍ଦରଗଡ ଭବାନୀଶଙ୍କର ଉଚ୍ଚ ବିଦ୍ୟାଳୟରେ ୩୯, କୁଆରମୁଣ୍ଡା ବାଳିକା ଉଚ୍ଚ ବିଦ୍ୟାଳୟରେ ୨୪, ପାନପୋଷ ମ୍ୟୁନିସିପାଲ ନୋଡାଲ ଉଚ୍ଚ ବିଦ୍ୟାଳୟରେ ୪୯, କଲୁଙ୍ଗା ଉଚ୍ଚ ବିଦ୍ୟାଳୟରେ  ୩୦, ବଣାଇଗଡ ରାଜା ଧରଣୀଧର ଉଚ୍ଚ ବିଦ୍ୟାଳୟରେ ୩୬, ଲହୁଣିପଡା ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ୩୯ ଛାତ୍ରଛାତ୍ରୀ ପରୀକ୍ଷା ଦେଉଛନ୍ତି। ସେମିତି ମୁକ୍ତ ବିଦ୍ୟାଳୟ ମାଟ୍ରିକ ଛାତ୍ରଛାତ୍ରୀ ବଡଗାଁ ଭୋଇପାଲି ବାଳିକ ଉଚ୍ଚ ବିଦ୍ୟାଳୟରେ ୮୮ ଛାତ୍ରଛାତ୍ରୀ ପରୀକ୍ଷା ଦେଉଛନ୍ତି। ଉଜ୍ଜଲପୁର ସରକାରୀ ଉଚ୍ଚ ବିଦ୍ୟାଳୟରେ ୪୨, ଶକ୍ତିନଗର ଏନ୍‌ଏସି (ଏସ୍‌ଟି) ଉଚ୍ଚ ବିଦ୍ୟାଳୟରେ  ୫୯, ସିଭିଲଟାଉନସିପ୍‌ସ୍ଥିତ ନ୍ୟୁ ଏଲ୍‌ଆଇସି କଲୋନି ଡେଭଲପ୍‌ଡ ଏରିଆ ଉଚ୍ଚ ବିଦ୍ୟାଳୟରେ ୭୫, ସେକ୍ଟର-୧୬ସ୍ଥିତ ଏନ୍‌ଏସି (ଏସଟି) ଉଚ୍ଚ ବିଦ୍ୟାଳୟରେ  ୬୫, ସେକ୍ଟର-୨୦ ଏନ୍‌ଏସି (ଏସ୍‌ଟି) ଉଚ୍ଚ ବିଦ୍ୟାଳୟରେ ୬୫, ବିଶ୍ରାରୋଡସ୍ଥିତ ଡିଏଭି ନୋଡାଲ ଉଚ୍ଚ ବିଦ୍ୟାଳୟରେ ୬୫, ବଣାଇଗଡ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ୫୦ ଛାତ୍ରଛାତ୍ରୀ ପରୀକ୍ଷା ଦେଉଛନ୍ତି। ପରୀକ୍ଷା ଦେବାକୁ ଆସୁଥିବା ଛାତ୍ରଛାତ୍ରୀ କୋଭିଡ କଟକଣା ନିୟମକୁ କଡାକଡି ଭାବେ ପାଳନ କରିବାକୁ ପରୀକ୍ଷା କେନ୍ଦ୍ର ଦାୟିତ୍ବରେ ଥିବା ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି।

ସମ୍ବନ୍ଧିତ ଖବର