ମିନିବସ୍ ଧକ୍କାରେ ବୃଦ୍ଧ ମୃତ

କବିସୂର୍ଯ୍ୟନଗର: କବିସୂର୍ଯ୍ୟନଗର ଥାନା ଆଠଗଡ଼ପାଟଣା ନୂଆସାହି ନିକଟରେ ଏକ ମିନି ବସ୍ ଧକ୍କାରେ ଜଣେ ବୃଦ୍ଧଙ୍କର ମୃତ୍ୟୁ ହୋଇଛି। ବୃଦ୍ଧ ଜଣଙ୍କ ସ୍ଥାନୀୟ ପଥରାପଲ୍ଲୀ ଗ୍ରାମର ବିଜୟ ପଣ୍ଡା ବୋଲି ଜଣାପଡିଛି। ବୃଦ୍ଧ ଜଣଙ୍କ ସାଇକେଲରେ ଧାନ ଧରି ଆଠଗଡ଼ ପାଟଣା ଆସୁଥିଲେ। ଏହି ସମୟରେ ଏକ ମିନି ବସ୍ ତାଙ୍କୁ ଧକ୍କା ଦେଇଥିଲା। ବସ୍ ର ଏକ ଚକା ବୃଦ୍ଧଙ୍କ ଉପରେ ଚଢ଼ି ଯାଇଥିବାରୁ ଘଟଣାସ୍ଥଳରେ ହିଁ ବୃଦ୍ଧଙ୍କ ମୃତ୍ୟୁ ହୋଇଥିଲା।

ଖବର ପାଇ ଗ୍ରାମବାସୀ କିଛି ସମୟ ପାଇଁ ରାସ୍ତା ଅବରୋଧ କରିଥିଲେ। କବିସୂର୍ଯ୍ୟନଗର ଥାନାଧିକାରୀ ପ୍ରଭାତ ସାହୁ ପହଞ୍ଚି ଏ ଲୋକଙ୍କୁ ବୁଝାସୁଝା କରିବା ପରେ ରାସ୍ତାରୋକ ହଟିଥିଲା। ବୁଢ଼ାମ୍ବଠାରୁ ବାଲିପଦର ରାସ୍ତା କାମ ଚାଲୁଥିବାରୁ ରାସ୍ତା ସଂକୀର୍ଣ୍ଣତା ପାଇଁ ଦୁର୍ଘଟଣାମାନ ଘଟୁଥିବା ଗ୍ରାମବାସୀ କହିଛନ୍ତି

ସମ୍ବନ୍ଧିତ ଖବର