ନାଳରେ ବୁଡ଼ି ବୃଦ୍ଧା ମୃତ

ହରିଚନ୍ଦନପୁର: ହରିଚନ୍ଦନପୁର ବ୍ଲକ ଜାମୁଯୋଡ଼ି ଗ୍ରାମର ସ୍ବର୍ଗତ କେଶବ ସାହୁଙ୍କ ପତ୍ନୀ ଅମ୍ବୁ ସାହୁ (୬୨)  ଆଜି ଅପରାହ୍ଣରେ ନାଳରେ ବୁଡ଼ିଯାଇ ମୃତ୍ୟୁବରଣ କରିଛନ୍ତି। ଶ୍ରୀମତୀ ସାହୁ ଆଜି ଅପରାହ୍ଣ ୪ ଟାରେ ଶୌଚ ହେବାପାଇଁ ନାଳକୁ ଯାଇଥିବାବେଳେ ଗୋଡ଼ ଖସି ଯିବାରୁ ସେ ବୁଡ଼ି ଯାଇଥିଲେ।

ନାଳରୁ ଉଦ୍ଧାର କରାଯାଇଥିଲେ ମଧ୍ୟ ତାଙ୍କର ମୃତ୍ୟୁ ଘଟିଥିଲା। ହରିଚନ୍ଦନପୁର ଥାନାରେ ଏସ୍‌ଆଇ ସଞ୍ଜୟ କୁମାର ବେହେରା ୧୩/୨୩ ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଶବ ବ୍ୟବଚ୍ଛେଦ ପାଇଁ କେନ୍ଦୁଝର ଡାକ୍ତରଖାନାକୁ ପଠାଇଛନ୍ତି ।

ସମ୍ବନ୍ଧିତ ଖବର