‘ନିଜ ଜୀବନକୁ ନେଇ ଭୟଭୀତ’: ଅଦାଲତକୁ କହିଲେ ଇମ୍ରାନ୍‌ ଖାନ୍‌

ଇସଲାମାବାଦ୍‌: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନ୍‌ ବୁଧବାର ଇସଲାମାବାଦର ଏକ ଅଦାଲତରେ କହିଛନ୍ତି ଯେ ସେ ନିଜ ଜୀବନ ପ୍ରତି ଭୟ କରୁଛନ୍ତି। ଏବଂ ଭୟ କରୁଛନ୍ତି ଯେ ସେ ଗତବର୍ଷ ମୃତ୍ୟୁବରଣ କରିଥିବା ପ୍ରଧାନମନ୍ତ୍ରୀ ଶେହବାଜ ସରିଫଙ୍କ ମନି ଲଣ୍ଡରିଂ ମାମଲାର ମୁଖ୍ୟ ସାକ୍ଷୀ ମକସୁଦ ଚାପରାସିଙ୍କ ଭଳି ଭାଗ୍ୟ ଭୋଗିବେ।

ଇସଲାମାବାଦ ହାଇକୋର୍ଟରୁ ଟାଣି ଆଣି ଗିରଫ କରାଯିବାର ଗୋଟିଏ ଦିନ ପରେ ୭୦ ବର୍ଷୀୟ ଇମ୍ରାନ ବୁଧବାର ଇସଲାମାବାଦ ସ୍ଥିତ ପୁଲିସ ଲାଇନ୍‌ସ ମୁଖ୍ୟାଳୟରେ ଆକାଉଣ୍ଟେବିଲିଟି କୋର୍ଟରେ ହାଜର ହେବା ପରେ ତାଙ୍କ ସମର୍ଥକ ଓ ପୁଲିସ ମଧ୍ୟରେ ତୀବ୍ର ସଂଘର୍ଷ ହୋଇଥିଲା।

ଶୁଣାଣି ସମୟରେ ପୂର୍ବତନ ପ୍ରଧାନମନ୍ତ୍ରୀ କହିଛନ୍ତି, ମୁଁ ୨୪ ଘଣ୍ଟା ମଧ୍ୟରେ ଶୌଚାଳୟକୁ ଯାଇନାହିଁ। ‘ଏକ୍ସପ୍ରେସ୍‌ ଟ୍ରିବ୍ୟୁନ୍‌’ ଖବରକାଗଜ ରିପୋର୍ଟ ଅନୁଯାୟୀ, ପାକିସ୍ତାନ ତେହରିକ-ଏ-ଇନସାଫ (ପିଟିଆଇ) ମୁଖ୍ୟ ଅଦାଲତଙ୍କୁ ଅନୁରୋଧ କରିଛନ୍ତି ଯେ ତାଙ୍କ ବ୍ୟକ୍ତିଗତ ଡାକ୍ତର ଡକ୍ଟର ଫୈଜଲ ସୁଲତାନଙ୍କୁ ତାଙ୍କ ଚିକିତ୍ସା ପାଇଁ ଅନୁମତି ଦିଆଯାଉ। ଗତବର୍ଷ ହୃଦ୍‌ଘାତରେ ମୃତ୍ୟୁବରଣ କରିଥିବା ପ୍ରଧାନମନ୍ତ୍ରୀ ସରିଫଙ୍କ ମନି ଲଣ୍ଡରିଂ ମାମଲାର ଜଣେ ପ୍ରମୁଖ ସାକ୍ଷୀଙ୍କ ଉଦ୍ଦେଶ୍ୟରେ ଇମ୍ରାନ୍‌ କହିଛନ୍ତି, ‘ମୁଁ ଭୟ କରୁଛି ଯେ ମୁଁ ମକସୁଦ ଚାପରାସିଙ୍କ ଭଳି ଭାଗ୍ୟ ଭୋଗିବି’।

ବୁଧବାର ଶୁଣାଣି ସମୟରେ ନ୍ୟାସନାଲ ଆକାଉଣ୍ଟାବିଲିଟି ବ୍ୟୁରୋ (ଏନ୍‌ଏବି) ପିଟିଆଇ ମୁଖ୍ୟଙ୍କୁ ୧୪ ଦିନିଆ ଶାରୀରିକ ରିମାଣ୍ଡରେ ନେବାକୁ ଅନୁରୋଧ କରିଥିଲା। ତେବେ ଦୁର୍ନୀତି ନିବାରଣ ଅଦାଲତ ଖାନଙ୍କୁ ୮ ଦିନିଆ ରିମାଣ୍ଡରେ ଏନଏବିକୁ ପଠାଇ ଦେଇଛନ୍ତି।

ସମ୍ବନ୍ଧିତ ଖବର