ନବରଙ୍ଗପୁର: କୀଟନାଶକ ଔଷଧ ପିଇ ଜଣେ ମୃତ

ଡାବୁଗାଁ: ନବରଙ୍ଗପୁର ଜିଲ୍ଲା ଡାବୁଗାଁ ଥାନା ଅନ୍ତର୍ଗତ ରାବଣା ଗୁଡ଼ା ଗ୍ରାମର ଜଣେ ବ୍ୟକ୍ତି ସୋମବାର ଅପରାହ୍ନରେ କୀଟନାଶକ ପିଇ ଆତ୍ମହତ୍ୟା କରିଛି । ମୃତ ବ୍ୟକ୍ତି ଜଣକ ରାବଣାଗୁଡ଼ାର କମଳୁ ଭତ୍ରା (୪୫) ବୋଲି ଜଣାପଡିଛି। ଏ ନେଇ ମୃତ କମଳୁର ସମ୍ପର୍କୀୟ ଡାବୁଗାଁ ଥାନାରେ ଏତଲା ଦେବା ପରେ ପୁଲିସ ଶବ ଜବତ କରିବା ସହ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛନ୍ତି।

ସୂଚନା ଅନୁଯାୟୀ ଡାବୁଗାଁ ଥାନା ଅନ୍ତର୍ଗତ ରାବଣା ଗୁଡ଼ା ଗ୍ରାମର କମଳୁ ଭତ୍ରା ସୋମବାର ଅପରାହ୍ନ ପ୍ରାୟ ସାଢେ଼ ୪ ଘଣ୍ଟ ସମୟରେ ବିଲରେ ସିଞ୍ଚନ କରିବା କୀଟନାଶକ ଔଷଧ ପିଇ ଦେଇଥିଲା। ଗୁରୁତର ଅବସ୍ଥାରେ କମଳୁ ଭତ୍ରାକୁ ୧୦୮ ଏମ୍ବୁଲାନ୍ସ ଯୋଗେ ଡାବୁଗାଁ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତି କରିଥିଲେ।

ତେବେ ଚିକିତ୍ସାଧୀନ ଅବସ୍ଥାରେ ଗତକାଲି ସନ୍ଧ୍ୟାରେ କମଳୁର ମୃତ୍ୟୁ ଘଟିଥିଲା। ଏ ନେଇ ମୃତ କମଳୁର ସମ୍ପର୍କୀୟ ମଙ୍ଗନାଥ ଭତ୍ରା ଡାବୁଗାଁ ଥାନାରେ ଏତଲା ଦେବା ପରେ ପୁଲିସ ଶବ ଜବତ କରି କେଶ୍ ନ ୦୮/୨୦ରେ ମାମଲା ରୁଜୁ କରି ଏକ ଅପମୃତ୍ୟୁ ମାମଲା ରୁଜୁ କରିଛନ୍ତି। ମୃତ କମଳୁର ଆତ୍ମହତ୍ୟାର କାରଣ ଅସ୍ପଷ୍ଟ ଥିବା ବେଳେ ଏହାର ତଦନ୍ତ ଏଏସ୍ ଆଇ ଜଗଦୀଶ ଚନ୍ଦ୍ର ପାଣିଗ୍ରାହୀ କରୁଛନ୍ତି ।

ସମ୍ବନ୍ଧିତ ଖବର