ଦୁଇ ସଡ଼କ ଦୁର୍ଘଟଣା: ୧ ମୃତ,୨ ଗୁରୁତର

ଲେଫ୍ରିପଡ଼ା: ଶୁକ୍ରବାର ସନ୍ଧ୍ୟା ପ୍ରାୟ ୭ଟାବେଳେ ଏମସିଏଲ୍-ସୁନ୍ଦରଗଡ ରାସ୍ତାର ତୁମାପାଲି ଠାରେ ଉଭୟପଟୁ ଆସୁଥିବା ଦୁଇଟି ବାଇକ୍ ନଂ ଓଆର୍୧୧-୧୧ଏ–୬୫୮୯ ଏବଂ ସିଜି ୧୩ଇ୭୪୦୧ ଧକ୍କା ହେବା ଫଳରେ ଆରୋହୀ ଦ୍ବୟ ଗୁରୁତର ଆହତ ହୋଇଛନ୍ତି। ଉଭୟଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର କରି ଚିକିତ୍ସା ପାଇଁ ସୁନ୍ଦରଗଡ଼ ଜିଲ୍ଲା ମୁଖ୍ୟ ହସ୍ପିଟାଲକୁ ପଠାଇଥିଲେ। ପୁଲିସ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ବାଇକ୍‌ ଜବତ କରିବା ସହିତ ଅନୁସନ୍ଧାନ କରୁଛି। ଏଥିରେ ଜଣେ ବାଇକ୍‌ ଚାଳକଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ସେହିଭଳି ଏହି ରାସ୍ତାର ଦିଓଲି ଠାରେ ଏକ କୋଇଲା ବୋଝେଇ ବାଇକକୁ ଧକ୍କା ଦେବାରୁ ସେ ଗୁରୁତର ଆହତ ହୋଇଥିବା ପ୍ରକାଶ। ତେବେ ଆହତ ବାଇକ୍ ଆରୋହୀଙ୍କ ସଂପର୍କରେ ପୁଲିସ କୌଣସି ସ୍ପଷ୍ଟ ସୂଚନା ଦେଇ ପାରି ନାହିଁ।

ସମ୍ବନ୍ଧିତ ଖବର