କଣ୍ଟିଲୋରୁ ନୀଳମାଧବ ଦର୍ଶନ ସାରି ଫେରିବା ବେଳେ ଦୁର୍ଘଟଣା: ଜଣେ ମୃତ,୨୦ ଆହତ

ଖଣ୍ଡପଡା: ଖଣ୍ଡପଡା ସହରାଞ୍ଚଳ ନିକଟବର୍ତ୍ତୀ କୃଷି ବିଭାଗ ଅଫିସ ନିକଟରେ ଅପରାହ୍ନରେ ଏକ ତୀର୍ଥଯାତ୍ରୀ ମିନିବସ ଦୁର୍ଘଟଣାଗ୍ରସ୍ତ ହୋଇଛି। ଦୁର୍ଘଟଣାରେ ଗଂଜାମ ଜିଲ୍ଲା ସୁନ୍ଦରପୁର ଗ୍ରାମର ରାମଚନ୍ଦ୍ରରଣା(୫୫) ମୃତ୍ୟୁବରଣ କରିଥିବା ବେଳେସ୍ତ୍ରୀ ମମତା ରଣା(୪୫) ଗୁରୁତର ଭାବେ ଆହତ ହୋଇ ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ ହେଉଥିବା ଜଣାପଡିଛି। ସେହିଭଳି ଏହି ଦୁର୍ଘଟଣାରେ ଅନ୍ୟ ୨୦ ଜଣ ଆହତ ହୋଇଥିବା ଜଣାଯାଇଛି।

ସୂଚନାଯୋଗ୍ୟ,  ମହାରାଜା ନାମକ ମିନି ବସ (ଓଆର୦୨କ୍ୟୁ ୦୫୦୨) ଗଂଜାମ ଛତ୍ରପୁରରୁ ୩୦ରୁ ଯାତ୍ରୀଙ୍କୁ ନେଇ କଣ୍ଟିଲୋ ନୀଳମାଧବ ଦର୍ଶନ ପାଇଁ ଆସିଥିଲା। ଅପରାହ୍ନରେ  ଖଣ୍ଡପଡାରୁ ନୟାଗଡ଼ ଅଭିମୁଖେ ଯିବା ବେଳେ କୃଷି ବିଭାଗ ଅଫିସ ନିକଟରେ ଭାରସ୍ୟାମ ହରାଇ ଡାହାଣ ପାଖକୁ ସମ୍ପୂର୍ଣ୍ଣ ରୂପେ ଓଲଟି ପଡ଼ିଥିଲା। ଖବର ପାଇ ଅଗ୍ନିଶମ ବିଭାଗ ପକ୍ଷରୁ ମୃତାହତଙ୍କୁ ଉଦ୍ଧାର କରାଯାଇ ଖଣ୍ଡପଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ଆହତମାନଙ୍କୁ ପ୍ରାଥମିକ ଚିକିତ୍ସା ପରେ ଅଧିକ ଚିକିତ୍ସା ପାଇଁନୟାଗଡ଼ ମୁଖ୍ୟ ଚିକିତ୍ସାଳୟକୁ ଦିଆଯାଇଥିବା ସୂଚନା ରହିଛି। ଖଣ୍ଡପଡା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟରେ ସହାୟତା କରିବା ସହ ଡ୍ରାଇଭର ବୃନ୍ଦାବନସାହୁ (୪୬)ଙ୍କୁ ଅଟକ ରଖି ପଚରାଉଚରା କରୁଛି।

ସମ୍ବନ୍ଧିତ ଖବର