ବିଦ୍ୟୁତ ଆଘାତରେ ଯୁବକ ମୃତ: ଡାକ୍ତରଖାନାରେ ଉତ୍ତେଜନା

ନୀଳଗିରି: ସୋମବାର ସକାଳ ସମୟରେ ନୀଳଗିରି ଥାନା ଅଧିନସ୍ଥ ଜଡ଼ିଦା ଗ୍ରାମରେ ବିଦ୍ୟୁତ ବିଭାଗର କର୍ମଚାରୀଙ୍କ ସହିତ ୩ଜଣ ଯୁବକ ବିଦ୍ୟୁତ ସଜାଡ଼ୁଥିବା ବେଳେ ବିଦ୍ୟୁତ ସଂସ୍ପର୍ଶରେ ଆସି ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି। ମୃତ ଯୁବକ ସର୍ବେଶ୍ବର ବାଗଙ୍କ ପୁତ୍ର ମଣ୍ଟୁ ଓରଫ ହିମାଂଶୁ ବୋଲି ଜଣାପଡ଼ିଛି।

ସୂଚନାଯୋଗ୍ୟ, ନୀଳଗିରି ଥାନା ଅଧିନସ୍ଥ ଜଡ଼ିଦା ଗ୍ରାମରେ ବିଦ୍ୟୁତ ବିଭାଗର କର୍ମଚାରୀଙ୍କ ସହିତ ୩ଜଣ ଯୁବକ ବିଦ୍ୟୁତ ସଜାଡ଼ୁଥିବା ବେଳେ ବିଦ୍ୟୁତ ସଂସ୍ପର୍ଶରେ ଆସି ହିମାଂଶୁ ଗୁରୁତର ଆହତ ହୋଇଥିଲେ। ଏହାପରେ ଗ୍ରାମବାସୀଙ୍କ ସହଯୋଗରେ ଘଟଣାସ୍ଥଳରେ ଦମକଳବାହିନୀ ପହଞ୍ଚି ଯୁବକଙ୍କୁ ନୀଳଗିରି ଡାକ୍ତରଖାନା ନେଇ ଯାଇଥିଲେ।
ସେଠାରେ ଡାକ୍ତର ହିମାଂଶୁଙ୍କୁ ମୃତ ଘୋଷଣା କରିଥିଲେ। ଖବର ପାଇ ଯୁବକଙ୍କ ପରିବାରଲୋକ, ଗ୍ରାମବାସୀ ଓ ସମ୍ପର୍କୀୟ ପହଞ୍ଚିବାରୁ ଡାକ୍ତରଖାନାରେ ଉତ୍ତେଜନା ଦେଖା ଦେଇଛି।

ସମ୍ବନ୍ଧିତ ଖବର