ନବରଙ୍ଗପୁର: ବଜ୍ରାଘାତରେ ଯୁବକଙ୍କ ମୃତ୍ୟୁ

ନବରଙ୍ଗପୁର: ନନ୍ଦାହାଣ୍ଡି ବ୍ଲକ ଅନ୍ତର୍ଗତ ନୂଆଗର ଗ୍ରାମରେ ରବିବାର ବଜ୍ରାଘାତ ସଂସ୍ପର୍ଶରେ ଆସି ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ସୂଚନା ଅନୁସାରେ ବିଷ୍ଣୁ ଅମାନ୍ତ୍ୟ (୨୨) ନିଜ ଘର ବାଡ଼ିପଟେ ବସିଥିବା ବେଳେ ବଜ୍ରାଘାତ ଘଟିଥିଲା। ବଜ୍ରାଘାତ ଶବ୍ଦ ଶୁଣି ପରିବାର ଲୋକେ ବାହାରକୁ ଆସିବା ବେଳକୁ ବିଷ୍ଣୁଙ୍କର ପ୍ରାଣବାୟୁ ଉଡ଼ିଯାଇଥିଲା।

ସମ୍ବନ୍ଧିତ ଖବର