ଚାଷକାମରେ ବ୍ୟସ୍ତ ଥିବା ବେଳେ ବଜ୍ରାଘାତରେ ଚାଷୀ ମୃତ, ମହିଳା ଗୁରୁତର

ବରଗଡ଼: ବଜ୍ରାଘାତରେ ମଙ୍ଗଳବାର ଜଣେ ଚାଷୀଙ୍କର ମୃତ୍ୟୁ ଘଟିଥିବା ବେଳେ ଜଣେ ମହିଳା ଗୁରୁତର ହୋଇଛନ୍ତି। ଗୁରୁତର ଭାବେ ଆହତ ମହିଳାଙ୍କୁ ହସ୍‌ପିଟାଲରେ ଭର୍ତ୍ତି କରାଯାଇଛି।

ସୂଚନା ଅନୁସାରେ ବରଗଡ଼ ଜିଲ୍ଲାର ଅମ୍ବାଭନା ବ୍ଲକ ଅନ୍ତର୍ଗତ ବେହେରାପାଲି ଗ୍ରାମରେ ଆଜି ଅପରାହ୍ଣରେ ଜଣେ ମହିଳାଙ୍କ ସମେତ ୫ ଜଣ ଲୋକ ଚିନାବାଦାମ ଚାଷକାମରେ ବ୍ୟସ୍ତଥିଲେ। ଅପରାହ୍ଣରେ ପ୍ରାୟ ସାଢ଼େ ୨ଟା ବେଳକୁ ବଜ୍ରପାତ ହୋଇଥିଲା। ବଜ୍ରପାତରେ ଘଟଣାସ୍ଥଳରେ ଚାଷୀ ପଦ୍ମନ ପଧାନଙ୍କ ପୁଅ ଧନପତି ପଧାନ (୫୨)ଙ୍କର ମୃତ୍ୟୁ ଘଟିଛି। ଘଟଣାରେ ଅନ୍ୟମାନେ ଆହତ ହୋଇଥିବା ବେଳେ ଜଣେ ମହିଳା କ୍ଷିରେଦ୍ରୀ ପଧାନ ଗୁରୁତର ହୋଇଥିବାରୁ ତାଙ୍କୁ ବୁର୍ଲା ସ୍ଥାନାନ୍ତର କରାଯାଇଛି। ଅନ୍ୟ ତିନିଜଣ ବ୍ୟକ୍ତି ପ୍ରାଥମିକ ଚିକିତ୍ସା ପରେ ଘରକୁ ଫେରିଯାଇଛନ୍ତି।

ସମ୍ବନ୍ଧିତ ଖବର