ଯାଜପୁର: ବସ ଦୁର୍ଘଟଣାରେ ଯୁବକଙ୍କ ମୃତ୍ୟୁ

ଯାଜପୁର: ବିଂଝାରପୁର ଥାନା ସିଂହପୁର ଛକ ଠାରେ ଗୁରୁବାର ସନ୍ଧ୍ୟାରେ ବସ ଦୁର୍ଘଟଣାରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତକଙ୍କ ପରିଚୟ ମିଳିପାରିନାହିଁ। ସୂଚନା ଅନୁସାରେ କଟକରୁ ସିଂହପୁର ଅଭିମୁଖେ ଯାଉଥିବା ଗୁଡିଜୁଡି ବସ ଚକା ତଳେ ଜଣେ ଟେଣ୍ଟ ହାଉସ କର୍ମଚାରୀଙ୍କ ଜୀବନ ଯାଇଛି। ସେ ଜଣେ ସହଯୋଗୀଙ୍କ ସହ ଏକ ବାଇକରେ ବାଉଁଶ ନେଇ ଯାଉଥିବା ବେଳେ କୌଣସି ପ୍ରକାରରେ ଗାଡିର ପଛ ଚକା ତଳେ ପଡି ଯାଇଥିଲେ। ଘଟଣାସ୍ଥଳରେ ହିଁ ତାଙ୍କ ମୃତ୍ୟୁ ହୋଇଛି। ପୁଲିସ ଘଟଣାସ୍ଥଳରେ ପହଂଚି ନ ଥିବା ବେଳେ ଚାପା ଉତ୍ତେଜନା ଲାଗି ରହିଛି।

ସମ୍ବନ୍ଧିତ ଖବର