ଦୁଇ ବାଲିବୋଝେଇ ହାଇୱାରୁ ୧ ଲକ୍ଷ ଜରିମାନା

ଧଉଳି: ଭୁବନେଶ୍ବର ଅତିରିକ୍ତ ତହସିଲଦାର ଶାସ୍ବତ ପ୍ରଧାନ ଆଜି ଅପରାହ୍ନରେ ଟଙ୍କପାଣି- ଲିଙ୍ଗିପୁର ଦୟାନଦୀ ବନ୍ଧ ଓ ଭୁବନେଶ୍ବର-କଟକ ବାଇପାସ ଜାତୀୟ ରାଜପଥରେ ଅତର୍କିତ ଚଢ଼ଉ କରି ଦୁଇ ବେଆଇନ ବାଲି ବୋଝେଇ ଡାଇୱା ଜବତ କରିଛନ୍ତି। ତହସିଲଦାରଙ୍କ ପରାମର୍ଶକ୍ରମେ ଜବତ ହାଇୱା ପିଛା ୫୦ ହଜାର ଲେଖାଏଁ ଜରିମାନା କରାଯାଇଥିବା ଅତିରିକ୍ତ ତହସିଲଦାର କହିଛନ୍ତି। ହାଇୱା ଦୁଇଟିକୁ ଧଉଳି ଥାନା ପୁଲିସକୁ ହସ୍ତାନ୍ତର କରାଯାଇଛି। ହେଲେ ରିପୋର୍ଟ ଲେଖା ହେବା ବେଳକୁ କୌଣସି ଗାଡ଼ି ମାଲିକ ତହସିଲ କିମ୍ବା ରାଜସ୍ବ କାର୍ଯ୍ୟାଳୟରେ ଜରିମାନା ଅର୍ଥ ପଇଠ କରିନଥିବା ଜଣାପଡ଼ିଛି। ସୂଚନା ଅନୁସାରେ ଗାଡ଼ି ମାଲିକ ବିନା ୱାଇ ଫର୍ମରେ ବାଲି ଚାଲାଣ କରୁଥିବା ସୁଚନା ମିଳିଛି। ଅନ୍ୟପକ୍ଷରେ ପୁଲିସ ହାଇୱା ଚାଳକଙ୍କୁ ପଚରାଉଚରା ପରେ ଛାଡ଼ି ଦେଇଛି।

ସମ୍ବନ୍ଧିତ ଖବର