ଯାଜପୁର: ନଦୀରେ ଗାଧୋଇବା ବେଳେ ବୁଡିଗଲେ, ଜଣେ ମୃତ, ଜଣେ ନିଖୋଜ
ଯାଜପୁର: ଟାଉନ ଥାନା ଅଧିନ ବୁଢା ନଦୀରେ ଗାଧୋଇବା ସମୟରେ ଶନିବାର ୨ଜଣ ଛାତ୍ର ପାଣିରେ ବୁଡି ଯାଇଛନ୍ତି। ଖବର ପାଇ ଯାଜପୁର ଦମକଳ ବାହିନୀ ପହଞ୍ଚି ଗୋଟିଏ ମୃତ ଦେହ ଉଦ୍ଧାର କରିବାରେ ସକ୍ଷମ ହୋଇଛି। ମୃତକ ହେଲେ ଜାଲପୁର ଗ୍ରାମର ସୁବାଶିଷ ପାଣିଗ୍ରାହୀଙ୍କ ପୁଅ ଶୁଭ୍ରକାନ୍ତ ପାଣିଗ୍ରାହୀ (୧୩)। ତାଙ୍କ ସହ ଗାଧୋଉଥିବା ସେହି ଗ୍ରାମର ପ୍ରଶାନ୍ତ ପାଢୀଙ୍କ ପୁଅ ଅମରଜିତ ପାଢୀ(୧୮) ଯାଇଥିଲେ। ରିପୋର୍ଟ ଲେଖାଯିବା ଅମରଜିତ ବେଳକୁ ନିଖୋଜ ଅଛନ୍ତି। ନଦୀରେ ଉଭୟ ସାଙ୍ଗ ହୋଇ ଗାଧୋଇବା ସମୟରେ ବୁଡିଯାଇଥିବା ସୂଚନା ମିଳିଛି। ଖବର ଲେଖା ହେଲା ପର୍ଯ୍ୟନ୍ତ ନିଖୋଜଙ୍କ ସନ୍ଧାନ ମିଳିନଥିବା ବେଳେ ବିଂଝାରପୁର ଦମକଳ ବାହିନୀ ପକ୍ଷରୁ ଖୋଜାଖୋଜି ଜାରି ରହିଛି।