ସୀମାନ୍ତରେ ଏନକାଉଣ୍ଟର,ଜଣେ ମାଓବାଦୀ ମୃତ

ମାଲକାନଗିରି: ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡର ଦନ୍ତେଵାଡା ଜିଲ୍ଲାରେ ପୁଲିସ ଏନକାଉଣ୍ଟରରେ ଜଣେ ମାଓବାଦୀର ମୃତ୍ୟୁ ଘଟିଛି।ଏଥିସହ ବିପୁଳ ପରିମାଣରେ ମାଓ ସାମଗ୍ରୀ ଜବତ କରାଯାଇଛି।

ବିଶେଷ ସୂତ୍ରରୁ ଖବର ପାଇ ଡିଆରଜି ଯବାନ ବେଙ୍ଗାପାଲୀ ଥାନା ଅନ୍ତର୍ଗତ କିରଣ୍ଡୁଲ ଅଂଚଳରେ ଚଡାଉ କରିଥିଲେ।ମାଓବାଦୀ ପୁଲିସକୁ ଦେଖି ଅତର୍କିତ ଗୁଳି ଚଳାଇଥିଲେ। ଯବାନ ମଧ୍ୟ ପାଲଟା ଜବାବ ଦେଇଥିଲେ। ଦୀର୍ଘ ସମୟ ଧରି ଗୁଳିବିନିମୟ ଘଟିଥିଲା। ପରେ ମାଓବାଦୀ ଛତ୍ରଭଙ୍ଗ ଦେଇଥିଲେ। ଘଟଣାସ୍ଥଳରେ ପୁଲିସ ସର୍ଚ୍ଚ ଅପରେସନ ବେଳେ ଜଣେ ମାଓବାଦୀର ମୃତ ଦେହକୁ ଉଦ୍ଧାର କରିଥିବା ବେଳେ ବହୁ ମାଓସାମଗ୍ରୀ ଜବତ କରିଛି। ଏଥିସହ ବନ୍ଧୁକ,ଡିଟୋନେଟର,ଲ୍ୟାଣ୍ଡମାଇନ,ହେଣ୍ଡ ଗ୍ରେନେଡ ଇତ୍ୟାଦି ଜବତ କରିଛି।

ସମ୍ବନ୍ଧିତ ଖବର