ହିଂସା ଛାଡି ମୁଖ୍ୟ ସ୍ରୋତଙ୍କୁ ଆପଣାଅ, କୋଳାଇ ନେବେ ସରକାର: ଆଇଜି ଅମିତାଭ ଠାକୁର

ମାଓ ମୁକାବିଲା ନେଇ ଗୁଇନ୍ଦା ନିର୍ଦେଶକଙ୍କ ଅଧ୍ୟକ୍ଷତାରେ ସମୀକ୍ଷା ବୈଠକ

କୋରାପୁଟ: କୋରାପୁଟ ଓ ମାଲକାନଗିରି ଜିଲ୍ଲାରେ ରହିଥିବା ମାଓବାଦୀଙ୍କୁ ଆଇଜି ଅପରେସନ ଅମିତାଭ ଠାକୁରଙ୍କ ପରାମର୍ଶ। ହିଂସା ଛାଡି ମୁଖ୍ୟସ୍ରୋତଙ୍କୁ ଆପଣାଅ, କୋଳେଇ ନେବେ ସରକାର। ସରକାରୀ ନିୟମ ଓ ପୁନଃର୍ବାସ ଥଇଥାନ ପ୍ୟାକେଜ୍‌ରେ ଥଇଥାନ କରାଯିବ ବୋଲି ଆଜି  ଦକ୍ଷିଣ ପଶ୍ଚିମାଞ୍ଚଳ ଡିଆଇଜିଙ୍କ କାର୍ଯ୍ୟାଳୟରେ ଜିଲ୍ଲାର ବରିଷ୍ଠ ପୁଲିସ ଅଧିକାରୀ ବିଏସଏଫ ଅଧିକାରୀଙ୍କ ସହ ସମୀକ୍ଷା ବୈଠକ ସେ କହିଛନ୍ତି।
ଆଜି ସଂନ୍ଧ୍ୟାରେ ବିଏସଏଫ ସେକ୍ଟର ହେଲିପ୍ୟାଡରେ ଅବତରଣ ପରେ ଦକ୍ଷିଣ ପଶ୍ଚିମାଞ୍ଚଳ ଡିଆଇଜିଙ୍କ କାର୍ଯ୍ୟାଳୟରେ ଜିଲ୍ଲାର ବରିଷ୍ଠ ପୁଲିସ ଅଧିକାରୀ ବିଏସଏଫ ଅଧିକାରୀଙ୍କ ସହ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି । ଓଡିଶା ରାଜ୍ୟ ଗୁଇନ୍ଦା ବିଭାଗର ନିର୍ଦ୍ଦେଶକ ସଂଞ୍ଜିବ ପଣ୍ଡାଙ୍କ ଅଧ୍ୟକ୍ଷତାରେ ଚାଲିଥିବା ସମୀକ୍ଷା ବୈଠକରେ ଆଇଜି ଅପରେସନ ଅମିତାଭ ଠାକୁର, ଏସଆଇଡବ୍ଲୁ ଡିଆଇଜି ଅନିରୁଦ୍ଧ ସିଂ, ଆଇଜି ବିଏସଏଫ ଡିକେ ଶର୍ମା, ଡିଆଇଜି ବିଏସଏଫ ଧିରେନ୍ଦ୍ର କୁମାର, ଡିଆଇଜି ଏସଡବ୍ଲୁଆର ରାଜେଶ ପଣ୍ଡିତଙ୍କ ସମେତ କୋରାପୁଟ ଏସପି ବରୁଣ ଗୁଣ୍ଠୁପାଲ ଓ ମାଲକାନଗିରି ଏସପି ପ୍ରମୁଖ ଉପସ୍ଥିତ ଥିଲେ।
ପ୍ରଥମେ ବିଏସଏଫରେ ଅବତରଣ କରି ରିଜର୍ଭ ପୁଲିସ କାର୍ଯ୍ୟାଳୟ ଏବଂ ଏସଓଜି କ୍ୟାମ୍ପ ପରିଦର୍ଶନ କରି ବରିଷ୍ଠ ପୁଲିସ ଅଧିକାରୀମାନେ ସମୀକ୍ଷାରେ ଯୋଗ ଦେଇଥିଲେ । ଦୀର୍ଘ ସମୟ ଧରି ଚାଲିଥିବା ସମୀକ୍ଷା ବୈଠକରେ ବିଶେଷ କରି ଦକ୍ଷିଣ ପଶ୍ଚିମାଞ୍ଚଳ ରେଞ୍ଜର ମାଓ ଦମନ, ମାଓ ଗତିବିଧି ଓ ମାଓ କାର୍ଯ୍ୟକଳାପ ସହ ଗୁଇନ୍ଦା ବିଭାଗ,ଏସଓଜି, ବିଏସଏଫ ଓ ପୁଲିସର କିପରି ମିଳିତ ସହଯୋଗ ରହିବ ସେ ଉପରେ ଆଲୋଚନା ହୋଇଛି ।
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମାଓବାଦୀମାନଙ୍କୁ ହିଂସା କାର୍ଯ୍ୟପନ୍ଥାରୁ ଓହରି ସମାଜର ମୁଖ୍ୟ ସ୍ରୋତରେ ସାମିଲ ହୋଇ ରାଜ୍ୟ ସରକାରଙ୍କ ବିଭିନ୍ନ ଉନ୍ନୟନ ଓ ସ୍ୱତନ୍ତ୍ର ପ୍ୟାକେଜ ଆପଣାନ୍ତୁ ସଦାବେଳେ କହି ଆସୁଛନ୍ତି । ତେଣୁ ମାଓବାଦୀ ମାନେ ସମାଜର ମୁଖ୍ୟସ୍ରୋତରେ ସାମିଲ ହେବାକୁ ଆଇଜି ଅପରେସନ ଅମିତାଭ ଠାକୁର କହିଛନ୍ତି । ଆଗାମୀ ଦିନରେ ଦକ୍ଷିଣ ପଶ୍ଚିମାଞ୍ଚଳରେ କିପରି ମାଓ ଦମନ କାର୍ଯ୍ୟକ୍ରମ ଅବ୍ୟାହତ ରହିବ ଏବଂ ପୁଲିସ, ବିଏସଏଫ ମିଳିତ ଭାବରେ ମାଓଦମନ କାର୍ଯ୍ୟରେ ସାମିଲ ହେବେ ସେ ସମ୍ବଦ୍ଧରେ ବୈଠକରେ ଆଲୋଚନା ହୋଇଥିବା ସେ କହିଛନ୍ତି ।
ସମ୍ବନ୍ଧିତ ଖବର