ସୂଚନା ଓ ଲୋକ ସଂପର୍କ ଅଧିକାରୀ ଭାବେ ଯୋଗ ଦେଲେ ପ୍ରମିଳା ମାଝୀ

ମାଲକାନଗିରି: ମାଲକାନଗିରି ଜିଲ୍ଲା ସୂଚନା ଓ ଲୋକ ସଂପର୍କ ଅଧିକାରୀ ଭାବେ ପ୍ରମିଳା ମାଝୀ କାର୍ଯ୍ୟରେ ଯୋଗ ଦେଇଛନ୍ତି। ସେ ଇନଚାର୍ଜ ସୂଚନା ଓ ଲୋକ ସଂପର୍କ ଅଧିକାରୀ ଜ୍ୟୋତ୍ସ୍ନାମୟୀ ଆଚାର୍ଯ୍ୟଙ୍କ ବଦଳି ପରେ ଜିଲ୍ଲାର ଦାୟିତ୍ବ ନେଇଛନ୍ତି। ଶ୍ରୀମତି ଆଚାର୍ଯ୍ୟଙ୍କୁ ଗୁଣୁପୁର ଅତିରିକ୍ତ ସୂଚନା ଓ ଲୋକ ସଂପର୍କ ଅଧିକାରୀ ଭାବେ ବଦଳି କରାଯାଇଥିବା ବେଳେ ଦକ୍ଷତା ବିକାଶ ଓ ଗ୍ରାମାଞ୍ଚ ଉନ୍ନୟନ ବିଭାଗରୁ ପ୍ରମିଳା ମାଝୀ ବଦଳି ହୋଇ ଆସିଥିବା
ଜଣାପଡିଛି।

ତେବେ ସେ ଦାୟୀତ୍ବ ନେବା ପରେ ଜିଲ୍ଲା ପ୍ରଶାସନ ସହ ଏବଂ ଗଣମାଧ୍ୟମ ସହ ମିଶି ବିକାଶକୁ ଆଗେଇ ନେବେ ବୋଲି ଜଣାପଡିଛି। ଆଗାମୀ ଦିନରେ ଜିଲ୍ଲାର ଲୋକ ମହୋତ୍ସବ ମାଲ୍ୟବନ୍ତ ରହିଥିବାରୁ ନୂତନ ଭାବେ ଦାୟିତ୍ବ ନେଇଥିବା ପ୍ରମିଳା ମାଝୀ ଏହାକୁ କିପରି ତୁଲାଇବେ ଦେଖିବାକୁ ବାକି ରହିଲା।

ସମ୍ବନ୍ଧିତ ଖବର