ବଡ଼ଯୋଡ, କାଠପାଳ ଓ ଏଲବିଡି ଫାର୍ମର ବିକାଶ ନେଇ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀଙ୍କ ପ୍ରତିଶ୍ରୁତି

କୋଭିଡ୍‌ ପରିଚାଳନାରେ ବାଲେଶ୍ବରରୁ ଉନ୍ନତ ମୟୂରଭଞ୍ଜ: ପ୍ରତାପ ଷଡ଼ଙ୍ଗୀ

ବାରିପଦା  : କୋଭିଡ୍‌ ପରିଚାଳନା କ୍ଷେତ୍ରରେ ବାଲେଶ୍ବରରୁ ମୟୂରଭଞ୍ଜର ବ୍ୟବସ୍ଥା ଉନ୍ନତ ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ। ଆଜି କେନ୍ଦ୍ରମନ୍ତ୍ରୀ ଶ୍ରୀ ଷଡ଼ଙ୍ଗୀ ଦିନିକିଆ ମୟୂରଭଞ୍ଜ ଗସ୍ତ ଅବସରରେ ସରକାରୀ ଅଧିକାରୀଙ୍କ ସହିତ ଜିଲ୍ଲାର କୋଭିଡ୍‌ ପରିଚାଳନା ନେଇ ସମୀକ୍ଷା କରିଥିଲେ। ପରେ ସ୍ଥାନୀୟ ସର୍କିଟ୍‌ ହାଉସ୍‌ରେ ଜିଲ୍ଲା ବିଜେପି ନେତାଙ୍କ ସହିତ ଏକ ବୈଠକ‌ରେ ଏପରି ମତ ରଖିଥିଲେ। ମାତ୍ର ଜିଲ୍ଲାରେ ମୋଟ ୫୪୯ ଜଣ ଡାକ୍ତର ଆବଶ୍ୟକ କରୁଥିବା ବେଳେ ଏବେ ମାତ୍ର ୧୯୦ ଜଣ ଡାକ୍ତର ଥିବା ଉଦବେଗଜନକ ବୋଲି ମତବ୍ୟକ୍ତ କରିଥିଲେ କେନ୍ଦ୍ରମନ୍ତ୍ରୀ। ଅନ୍ୟ ପକ୍ଷରେ

ଅକ୍ସିମିଟର ଗୁଡିକୁ ରାପିଡ ରେସପନ୍‌ସ ଟିମ ନିକଟରେ ନରହି ଆଶା କର୍ମୀ ମାନଙ୍କୁ ଦିଆ ଗଲେ ଏହା ରୋଗୀ ମାନଙ୍କ ପାଇଁ ଉପାଦେୟ ହେବ ବୋଲି କହି ଥିଲେ । ବାରିପଦା କ୍ଷୁଦ୍ର ଜଳସେଚନ ଉପଖଣ୍ଡ ଅଧୀନ କାଠପାଳ କ୍ଷୁଦ୍ର ଜଳସେଚନ ପ୍ରକଳ୍ପଟି ଅବହେଳିତ ହୋଇ ପଡିଛି ଏହାର ପୁର୍ନଉଦ୍ଧାର ସହିତ ଉନ୍ନତି କରାଗଲେ ମୟୂରଭଞ୍ଜରୁ ବ୍ୟାପକ ମାଛ ଜାଆଁଳ ଉତ୍ପାଦନ ହୋଇ ପାରିବ । ଏଥି ପାଇଁ ସ୍ୱତନ୍ତ୍ର ଭାବେ ଦୃଷ୍ଟି ଦେବାକୁ ପୂର୍ବତନ ମୟୂରଭଞ୍ଜ ଜିଲ୍ଲା ସଭାପତି କୃଷ୍ଣଚନ୍ଦ୍ର ମହପାତ୍ର, ଜିଲ୍ଲା ସଭାପତି କାନ୍ଦ୍ରା ସୋରେନ ଦାବି କରିଥିଲେ । ଏହି ଜିଲ୍ଲାର ମାଛ ଚାଷୀ ମାନେ ଶସ୍ତାରେ ଜାଆଳଁ ପାଇବା ସହିତ ଏହା ରପ୍ତାନୀ ମଧ୍ୟ ହୋଇ ପାରିବ । ବାରିପଦା ବିଧାୟକ ପ୍ରକାଶ ସୋରେନ କାଠପାଳର ୧୨୩ ଏକର ଜମିରେ ଥିବା ଏଲବିଡି ଫାର୍ମର ପୁନରୁଦ୍ଧାର ଉପରେ ଗୁରତ୍ୱ ଦେଇ ଥିଲେ । ଏଥି ପାଇଁ ଯୋଜନା ପ୍ରସ୍ତୁତ କରିବାକୁ ମଧ୍ୟ ଦାବି କରି ଥିଲେ । ସେହିପରି ବେତନଟୀ କ୍ଷୁଦ୍ର ଜଳସେଚନ ଉପଖଣ୍ଡ ଅଧୀନ ବଡଯୋଡ କ୍ଷୁଦ୍ର ଜଳସେଚନ ପ୍ରକଳ୍ପର ଉନ୍ନତି ପାଇଁ ୨ କୋଟି ୧୫ ଲକ୍ଷ ଟଙ୍କାର ମଞ୍ଜୁରୀ କେନ୍ଦ୍ର ମତ୍ସ ଓ ପଶୁପାଳନ ବିଭାଗରୁ ମିଳିବାକୁ ଅପେକ୍ଷା କରା ଯାଇଛି । ଏହା ମିଳିଲେ ଯାଆଳଁ ଉତ୍ପାଦନ କେନ୍ଦ୍ର ଓ ମତ୍ସଜୀବି ମାନଙ୍କ ପାଇଁ ବିଶେଷ ସୁବିଧା ହୋଇ ପାରିବ ବୋଲି ଜିଲ୍ଲା ଉପସଭାପତି ପରେଶଚନ୍ଦ୍ର ମହାନ୍ତ, ୨୯ ନମ୍ବର ଜିଲ୍ଲା ପରିଷଦ ସଦସ୍ୟ କାଳିଚରଣ ନାଏକ ଦାବି କରି ଥିଲେ । ସଂପ୍ରତି ପିଇବା ପାଣିର ଘୋର ସଙ୍କଟ ଦେଖା ଯାଇଛି । ତେଣୁ ଟ୍ୟାଙ୍କର ପାଣିର ବ୍ୟବସ୍ଥା ରଖିବାକୁ ଜିଲ୍ଲା ପ୍ରଶାସନ ସହିତ ଆଲୋଚନା କରିବାକୁ କେନ୍ଦ୍ରମନ୍ତ୍ରୀଙ୍କୁ ଜିଲ୍ଲା ବିଜେପି ନେତୃବୃନ୍ଦ ଦାବି କରିଥିଲେ। କୋଭିଡ ଟିକା ନେବାକୁ ଥିବା ହିତାଧିକାରୀ ମାନଙ୍କର ପ୍ରବଳ ଭିଡ ଲାଗୁ ଥିବାରୁ ସେମାନଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା ପାଇଁ ମଧ୍ୟ ଦାବି କରା ଯାଇଛି । କେନ୍ଦମନ୍ତ୍ରୀ ଶ୍ରୀ ଷଡ଼ଙ୍ଗୀ କାଠପାଳ ବନ୍ଧ, ଏଲବିଡି ଫାର୍ମ, ବଡଯୋଡ ବନ୍ଧ ଉପରେ ବିଶେଷ ଧ୍ୟାନ ଦେବେ ବୋଲି ପ୍ରତିଶ୍ରୁତି ଦେଇଥିଲେ। ଏହି ଆଲୋଚନାରେ ମୟୂରଭଞ୍ଜ ଜିଲ୍ଲା ପରିଷଦ ସଭାପତି ସୁଜାତା ମୁର୍ମୁ, ମୟୂରଭଞ୍ଜ ସାଂସଦ ପ୍ରତିନିଧି ପ୍ରଦୀପ କୁମାର ମହାନ୍ତି, ଉପସଭାପତି କବି ବିଷ୍ଣୁ ଶତପଥୀ, ପ୍ରଦୀପ କୁମାର ପରିଡା, ପ୍ରବୀଣ ପାତ୍ର, ବିଜୟ ଦାସ, ନଗର ସଭାପତି ନିରଞ୍ଜନ ଦାସ, ଯୁବମୋର୍ଚ୍ଚା ସଭାପତି ବଳରାମ ସାହୁ, ମହିଳା ମୋର୍ଚ୍ଚା ସଭାପତି ସରୋଜିନୀ କିସ୍କୁ ଓ ଅନ୍ୟ କର୍ମକର୍ତ୍ତା ଉପସ୍ଥିତ ଥିଲେ।

 

ସମ୍ବନ୍ଧିତ ଖବର