ଉତ୍ତର ମୁଣ୍ଡମୁହାଣରେ ଜବରଦଖଲ ଉଚ୍ଛେଦ ହୋଇଥିବା ଘରମାଲିକଙ୍କ ବିକ୍ଷୋଭ

ଜଟଣୀ: ଜଟଣୀ ତହସିଲରେ ପୂର୍ବରୁ ସ୍ଥଗିତ ହୋଇ ରହିଥିବା ସମସ୍ତ କାର୍ଯ୍ୟକୁ କାର୍ଯ୍ୟକ୍ଷମ କରିବା, ପଟା ବଣ୍ଟନ ଅନୀୟମିତତା ଦୂରୀକରଣ ଏବଂ ଦାଖଲ ଖାରଜ ପ୍ରକ୍ରିୟାର ବିଦ୍ଧିବଦ୍ଧ ସଂପାଦନ, କିସମ ପରିବର୍ତ୍ତନର ଯଥାଯଥ ତ୍ୱରାନ୍ୱିତ କରଣ ଦାବିରେ ଜଟଣୀ ଲୟର୍ସ୍ ଆସୋସିଏସନ୍ ଏବଂ ଜଟଣୀ ବାର୍ ଆସୋସିଏସନର ଆଇନ୍ ଜିବି ୨ ଘଣ୍ଟାକାଳ ତହସିଲ୍ କାର୍ଯ୍ୟାଳୟ ଫାଟକ ରେ ତାଲା ଝୁଲାଇ ବିକ୍ଷୋଭ ଜାରି ରଖିଥିଲେ। ପରେ ତହସିଲଦାର ତପନ ମହାପାତ୍ରଙ୍କ ସହ ସ୍ୱତନ୍ତ୍ର ଆଲୋଚନା ପରେ ଆଇନଜିବୀ ମାନେ ଆନ୍ଦୋଳନରୁ ହଟିଥିଲେ ଏବଂ ପରିସ୍ଥିତି ଶାନ୍ତ ପଡିଥିଲା।

ପରିତାପର ବିଷୟ ଜଟଣୀ ତହସିଲ କାର୍ଯ୍ୟାଳୟ ମୋ’ ସରକାର ପ୍ରକୋଷ୍ଠରେ ଲାଇଟ୍, ଫ୍ୟାନ୍ ଚାଲୁ ରହିଥିବା ବେଳେ ବାହାର ପାର୍ଶ୍ୱରୁ ତାଲା ବନ୍ଦ ରହିଥିଲା। ସେଠାରେ କାର୍ଯ୍ୟରତ କୌଣସି କର୍ମଚାରୀଙ୍କୁ ଦେଖିବାକୁ ମିଳିନଥିଲା। ଲୋକଙ୍କ ଅଭିଯୋଗ ଶୁଣିବା ପାଇଁ ସେଠାରେ କୌଣସି କର୍ମଚାରୀ ନଥିବାରୁ ଜନସାଧାରଣଙ୍କ ମନରେ ତୀବ୍ର ପ୍ରତିକ୍ରିୟା ସୃଷ୍ଟି ହୋଇଥିଲା। ଉତ୍ତର ମୁଣ୍ଡମୁହାଣରେ ରାସ୍ତାଉପରୁ ଜବରଦଖଲ ଉଚ୍ଛେଦ ହୋଇଥିବା ଘରମାଲିକ ମାନେ ଘର ଫେରି ପାଇବା ପାଇଁ ବିକ୍ଷୋଭ ପ୍ରଦର୍ଶନ କରିଥିବାର ମଧ୍ୟ ଦୃଷ୍ଟି ଗୋଚର ହୋଇଥିଲା।

ସମ୍ବନ୍ଧିତ ଖବର