ରାଇରଙ୍ଗପୁରରେ ବ୍ରାହ୍ମଣ ମହାସଂଘ ପକ୍ଷରୁ ବିଶ୍ବ କଲ୍ୟାଣ ମହାଯଜ୍ଞ

ରାଇରଙ୍ଗପୁର: ବାମନଘାଟୀ ଉପଖଣ୍ଡ ବ୍ରାହ୍ମଣ ମହାସଂଘ ତରଫରୁ କୁଚେଇବୁଢୀସ୍ଥ ଶ୍ରୀ ପୂଣ୍ଣେଶ୍ବର ମହାଦେବ ମନ୍ଦିର ପ୍ରାଙ୍ଗଣରେ ଜଗତର କଲ୍ୟାଣ ନିମନ୍ତେ ବିଶ୍ବ କଲ୍ୟାଣ ମହାଯଜ୍ଞ ଗତ ୨୩ ତାରିଖ ଠାରୁ ୨୬ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଥିଲା। ଯଜ୍ଞର ସମସ୍ତ ରୀତିନୀତି ଭାବେ ପୂଜାର୍ଚ୍ଚନା ଅନୁଷ୍ଠିତ ହେବାସହ ଭକ୍ତବୃନ୍ଦଙ୍କୁ ଅନ୍ନପ୍ରସାଦ ବଣ୍ଟନ କରାଯାଇଥିଲା। ଓଡିଶାର ସାରଳାକ୍ଷେତ୍ର ଜଗତସିଂହପୁରରୁ ନନା ଓ ସ୍ଥାନୀୟ ନନାମାନଙ୍କ ଦ୍ବାରା ଯଜ୍ଞକାର୍ଯ୍ୟ ସମ୍ପନ୍ନ ହୋଇଥିଲା। ୨୪ ଓ ୨୫ ତାରିଖ ସଂନ୍ଧ୍ୟାବେଳେ ପଣ୍ଡିତ ସୁରେନ୍ଦ୍ର ନାଥ ଦାଶ, ପଣ୍ଡିତ ମାନସ କୁମାର ଦାଶ ଓ ପଣ୍ଡିତ ବଳରାମ ଦାଶ ଦିବ୍ୟ ପ୍ରବଚନ ପ୍ରଦାନ କରିଥିଲେ ଉକ୍ତ ଯଜ୍ଞକର୍ମରେ ବ୍ରାହ୍ମଣ ପିଲା ମାନଙ୍କର ବ୍ରତଉପୋନୟନ ବିନା ଶିଳ୍କରେ କରାଯାଇଥିଲା। ଏଥିରେ କମିଟୀର ସଭାପତି ଗଣେଶ ମିଶ୍ର, ସମ୍ପାଦକ ସୁଶାନ୍ତ କୁମାର ମିଶ୍ର, କୋଷାଧକ୍ଷ୍ୟ ନୃସିଂହଚରଣ ଦାଶ, କାର୍ଯ୍ୟକାରୀ ସଦସ୍ୟ ଜନରଂଜନ ଦାଶ, ସମୀର କୁମାର ଦାଶ, ସତ୍ୟବ୍ରତ ଦାଶ, ତରୁଣ କୁମାର ନନ୍ଦ, ଅନ୍ଦେନ୍ଧୁ ଶେଖର ରଥ, କୃପାସିନ୍ଧୁ ପଣ୍ଡା, ଧୂଳିଆ ନନା, ଜୟକୃଷ୍ଣ ଦାଶ, ଶିଶିର ପଣ୍ଡା ଓ ହେମନ୍ତ କୁମାର ଶତପଥି, ଗଣେଶ ଚନ୍ଦ୍ର ଦୀଖିତ ସହ କମିଟୀର ଅନ୍ୟାନ୍ୟ କର୍ମକର୍ତ୍ତାଗଣ ସହଯୋଗ କରିଥିଲେ।

ଏହି ପବିତ୍ର ଯଜ୍ଞରେ ଓଡ଼ିଶା ରାଜ୍ୟ ବ୍ରାହ୍ମଣ ମହାସଂଘ ସଭାପତି ସଦାନନ୍ଦ ଦୀକ୍ଷିତ ଏବଂ ତାଙ୍କ ସହଯୋଗୀ, ରାଜ୍ୟ ମହିଳା ଶିଶୁ ବିକାଶ ମନ୍ତ୍ରୀ ଶ୍ରୀମତୀ ବାସନ୍ତୀ ହେମ୍ବ୍ରମ, ମୟୂରଭଞ୍ଜ ସ୍ବତନ୍ତ୍ର ଆଦିବାସୀ ଉନ୍ନୟନ ପରିଷଦ ଅଧ୍ୟକ୍ଷ ଡାକ୍ତର ଦେବାଶିଷ ମାରାଣ୍ଡି, ରାଜ୍ୟ ଶିକ୍ଷା ସଚିବ ଉପଦେଷ୍ଟା ଶିଶିର ପରିଜା, ରାଇରଙ୍ଗପୁର ପୌରାଧ୍ୟକ୍ଷ ଅଭିଷେକ ପଟ୍ଟନାୟକ ସମେତ ସହରର ଆଖପାଖ ଅଂଚଳର ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ରହି ଠାକୁରଙ୍କ ଆଶୀର୍ବାଦ ନେଇଥିଲେ। ଶାନ୍ତି ଶୃଙ୍ଖଳାର ସହ ଯଜ୍ଞ ସମ୍ପନ୍ନ ହୋଇଥିବାରୁ ଏବଂ ସହରବାସୀଙ୍କ ଅକୁଣ୍ଠ ସହଯୋଗ ମିଳିଥିବାରୁ ସଭାପତି ଗଣେଶ ମିଶ୍ର ସମସ୍ତଙ୍କୁ କୃତଜ୍ଞତା ଜଣାଇଥିଲେ।

ସମ୍ବନ୍ଧିତ ଖବର