୮ ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ: ଦୁଇ ଗିରଫ

ପୁରୀ: ବଳଙ୍ଗା ଥାନା ପୁଲିସ ପ୍ରାୟ ୮ ଲକ୍ଷ ଟଙ୍କା ମୂଲ୍ୟର ବ୍ରାଉନସୁଗାର ଜବତ କରିବା ସହ ଏହି ମାମଲାରେ ଦୁଇଜଣଙ୍କୁ ଗିରଫ କରିଛି। ଏହାଛଡ଼ା ଗୋଟିଏ କାର ଓ ବାଇକ ମଧ୍ୟ ଜବତ କରିଛି ପୁଲିସ୍।


ସୂଚନା ଅନୁଯାୟୀ, ହରିପୁର- ବଳଙ୍ଗା ରାସ୍ତାର ଦକ୍ଷିଣ ରାଡାସ ଗ୍ରାମରେ ଏଏସଆଇ ବେହେରା ପ୍ରତୀକ ଅନୁପମଙ୍କ ନେତୃତ୍ବରେ ଚଢ଼ାଉ କରାଯାଇଥିଲା। ସେଠାରୁ ୭୮ ଗ୍ରାମ ବ୍ରାଉନସୁଗାର ଜବତ କରାଯିବା ସହ ଚନ୍ଦନ ପାତ୍ର ଓ ପ୍ରଭାତ ସ୍ବାଇଁ ନାମକ ୨ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିଲା। ଜବତ ବ୍ରାଉନସୁଗାର ଆନୁମାନିକ ମୂଲ୍ୟ ୮ ଲକ୍ଷ ବୋଲି ଜଣାଯାଇଛି। ଏହାଛଡ଼ା ଗୋଟିଏ କାର, ବାଇକ, ୩ଟା ମୋବାଇଲ୍ ଏବଂ ନଗଦ ୨,୧୫୦ ଟଙ୍କା ମଧ୍ୟ ବାଇକ ଜବତ କରିଥିଲାଲା ପୁଲିସ୍।

ସମ୍ବନ୍ଧିତ ଖବର