ପୁରୀ: ଆସନ୍ତାକାଲି ସନ୍ଧ୍ୟା ୫ଟାରୁ ରାତି ୯ଟା ଯାଏଁ ସର୍ବସାଧାରଣଙ୍କ ପାଇଁ ଶ୍ରୀଜିଉଙ୍କ ଦର୍ଶନ ରହିବ ବନ୍ଦ

ପୁରୀ: ଶ୍ରୀମନ୍ଦିର ପୁରୀରେ ସୋମବାର ସନ୍ଧ୍ୟା ୫ଟାରୁ ରାତି ୯ଟା ଯାଏଁ ସାଧାରଣ ଜନତା ଶ୍ରୀଜିଉଙ୍କ ଦର୍ଶନ କରିପାରିବେ ନାହିଁ। ଏହି ସମୟ ମଧ୍ୟରେ ଶ୍ରୀଜିଉଙ୍କ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ରହୁଥିବାରୁ ଭକ୍ତ ଏବଂ ଶ୍ରଦ୍ଧାଳୁଙ୍କୁ ଶ୍ରୀମନ୍ଦିର ବାରଣ କରାଯାଇଥିବା ସୂଚନା ମିଳିଛି।

ମିଳିଥିବା ସୂଚନା ଅନୁସାରେ ଦ୍ୱିତୀୟ ଭୋଗ ମଣ୍ଡପ ପରେ ଚାରି ଘଣ୍ଟା ପାଇଁ ପଇତା ଲାଗି ଏବଂ ବନକ ଲାଗି ଅନୁଷ୍ଠିତ ହେବ। ଫଳରେ ଭକ୍ତ ଓ ଶ୍ରଦ୍ଧାଳୁଙ୍କୁ ଶ୍ରୀମନ୍ଦିରକୁ ପ୍ରବେଶ ଦିଆଯିବ ନାହିଁ।

ସୋମବାର ଭଳି ମଙ୍ଗଳବାର (ନଭେମ୍ବର ୨୭)ରେ ମଧ୍ୟ ପୁରୀ ମନ୍ଦିର ଭକ୍ତ ଓ ଶ୍ରଦ୍ଧାଳୁଙ୍କ ପାଇଁ ବନ୍ଦ ରହିବ। ମନ୍ଦିରର ସ୍ୱତନ୍ତ୍ର ନିତି ଯୋଗୁଁ ଭକ୍ତ ଓ ଶ୍ରଦ୍ଧାଳୁ ମଙ୍ଗଳବାର ଶ୍ରୀଜିଉଙ୍କ ଦର୍ଶନ କରିପାରିବେ ନାହିଁ। ମଙ୍ଗଳବାର ଦ୍ୱିତୀୟ ଭୋଗ ମଣ୍ଡପ ପରେ ଚାରି ଘଣ୍ଟା ପାଇଁ ପଇତା ଲାଗି ଏବଂ ବନକ ଲାଗି ଅନୁଷ୍ଠିତ ହେବ। ଫଳରେ ଭକ୍ତ ଓ ଶ୍ରଦ୍ଧାଳୁଙ୍କୁ ଶ୍ରୀମନ୍ଦିରକୁ ପ୍ରବେଶ ଦିଆଯିବ ନାହିଁ।

ସମ୍ବନ୍ଧିତ ଖବର