ପରୀକ୍ଷାର ଘଣ୍ଟେ ନ ପୁରୁଣୁ ଭାଇରାଲ ହୋଇଥିବା ମାତୃଭାଷା ପ୍ରଶ୍ନପତ୍ର ଗଲାବର୍ଷର

ବଲାଙ୍ଗୀର: ମାଟ୍ରିକ୍‌ ପରୀକ୍ଷା ଆରମ୍ଭ ହେବାର ଘଣ୍ଟେ ନପୁରୁଣୁ ଧର୍ମଗଡ଼ରେ ମୋବାଇଲକୁ ମୋବାଇଲ ମାତୃଭାଷା ପ୍ରଶ୍ନପତ୍ର ଘୁରି ବୁଲୁଥିବା ଖବର ସାମ୍ନାକୁ ଆସିବା ପରେ ସୁରକ୍ଷା ବ୍ୟବସ୍ଥାକୁ ନେଇ ପ୍ରଶ୍ନ ଉଠିଥିଲା। ଏହା ଭିତରେ ଖବର ଆସିଛି କି ଲିକ୍‌ ହୋଇଥିବା ମାତୃଭାଷା ପ୍ରଶ୍ନପତ୍ର ଚଳିତ ବର୍ଷର ନୁ‌ହେଁ, ପୂର୍ବ ବର୍ଷର।

ଏପଟେ ମାଟ୍ରିକ ପରୀକ୍ଷା ପ୍ରଶ୍ନପତ୍ର ଭାଇରାଲ ହେବା ପରେ ଏ ବର୍ଷ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା। ପରୀକ୍ଷା ପ୍ରଶ୍ନପତ୍ର ଯେପରି ପରୀକ୍ଷା କେନ୍ଦ୍ର ବାହାରକୁ ନଆସେ ସେ ନେଇ ସମସ୍ତ ପରୀକ୍ଷା କେନ୍ଦ୍ରରେ ସିସି କ୍ୟାମେରା ଲଗାଯିବା ସହ ଡିଜିଟାଲ ଲକର ବ୍ୟବସ୍ଥା କରାଯାଇଥିଲା ।

ଚଳିତ ବର୍ଷ ସାରା ରାଜ୍ୟରେ ୨ହଜାର ୮୮୮ପରୀକ୍ଷା କେନ୍ଦ୍ରରେ ୫ଲକ୍ଷ ୬୦ ହଜାର ୯୦୫ ପରୀକ୍ଷାର୍ଥୀ ପରୀକ୍ଷା ଦେଉଛନ୍ତି । ପରୀକ୍ଷାକୁ ସ୍ୱଚ୍ଛ ଓ ଶୃଙ୍ଖଳିତ କରିବା ପାଇଁ ବୋର୍ଡ ପକ୍ଷରୁ ଚାରିସ୍ତରୀୟ ସ୍କାର୍ଡ ବ୍ୟବସ୍ଥା କରାଯାଇଛି। ସେହିପରି ହଜାରେ ପରୀକ୍ଷା କେନ୍ଦ୍ରରେ ସିସି କ୍ୟାମେରା ଲଗାଯାଇଛି । ଚଳିତ ବର୍ଷ ପରୀକ୍ଷାର୍ଥୀମାନେ ପ୍ରଶ୍ନପତ୍ର ବୁକଲେଟକୁ ଘରକୁ ଆଣିପାରିବେ ନାହିଁ । କଡା ସୁରକ୍ଷା ବଳୟ ମଧ୍ୟରେ ସକାଳୁ ସକାଳୁ ପ୍ରଶ୍ନପତ୍ର ନୋଡାଲ ସେଣ୍ଟରରୁ ଡେସପାଚ ଟିମ ଦ୍ୱାରା ପରୀକ୍ଷା କେନ୍ଦ୍ରରେ ପହଞ୍ଚା ଯାଇଥିଲା । ଏହି ଟିମ ପରୀକ୍ଷା ଶେଷ ହେବା ପରେ ଖାତାକୁ ଆଣି ପୁଣି ନୋଡାଲ ସେଣ୍ଟରରେ ଡିପୋଜିଟ୍‌ କରିବେ ।

ସମ୍ବନ୍ଧିତ ଖବର