କୋହଲା ପାଗ ସହ ବର୍ଷା ଭୟ, ଚାଷୀ ମନରେ ଛନକା, ଜିଲ୍ଲାରେ ୩୫% ଜମିରେ ପଡିଛି ଧାନ 

କୋରାପୁଟ: ବାତ୍ୟା ରୂପ ନେଉଥିବା ‘ମଣ୍ଡାସ’ ପାଇଁ ହଠାତ  ପାଗ କୋହଲା  କରିବାରୁ କୋରାପୁଟ ଜିଲ୍ଲା ଛାଷୀଙ୍କ ମନରେ ପଶିଛି ଛନକା। କାଳେ ଅଦିନିଆ ବର୍ଷା ପେଟକୁ ଲାତ ମାରିବ ତାହାକୁ ନେଇ ଦେଖିବାକୁ ମିଳିଥିଲା ଚଳଚଞ୍ଚଳ। ଖରିଫ ଋତୁ ପାଇଁ ଧାନ କିଣା ଚଳିତ ମାସ ୧୫ ତାରିଖରୁ ଆରମ୍ଭ ହେବାକୁ ରହି ଥିବାବେଳେ କିଏ ଧାନ ଅମଳ କରିବାରେ ବ୍ୟସ୍ତ ଚାଷୀ। ଏବେ ବି କୋରାପୁଟ ଜିଲ୍ଲାରେ ୬୫ ପ୍ରତିଶତ ଅମଳ ଶେଷ ହୋଇଥିବାବେଳେ ଆହୁରି ୩୫ ପ୍ରତିଶତ ଜମିରେ ପଡିଛି ଫସଲ । ମଧ୍ୟାହ୍ନରୁ ଜିଲ୍ଲାର ବିଭିନ୍ନ ସ୍ତାନରେ ବର୍ଷା ଆରମ୍ଭ ହୋଇଥିବାବେଳେ ପାଚିଲା ଧାନ ଗଜା ହେବା ଆଶଙ୍କା ଦେଖାଦେଇଛି । ତେବେ କୋରାପୁଟ ଜିଲ୍ଲାରେ ୧୫ ତାରିଖରୁ ଦାନ କିଣାଯିବାକୁ ଯୋଜନା ହୋଇଥିବାବେଳେ ଏବେ ଯାଏ ଟୋକେନ୍ ଇସ୍ୟୁ ହୋଇ ନ ଥିବା ଜଣାପଡିଛି । କେବେ ଟେକେନ ପ୍ରଦାନ ହେବ ଓ କେବେ ଧାନ କିଣା ଯିବ ତାହାକୁ ନେଇ ନାନା ସଂଶୟ ଦେଖାଦେଇଛି । ଚଳିତ ଋତୁରେ ୯୯ ହଜାର ହେକ୍ଟେ ଜମି ଧାନ ଚାଷ ହୋଇଥିବାବେଳେ ମାତ୍ର ୬୫ ପ୍ରତିଶତ ଧାନ ଅମଳ ହୋଇଛି, ୩୫ ପ୍ରତିଶତ ବାକି ରହିଛି ।
ତେବେ ଚଳିତବର୍ଷ ୪୪,୧୫୦ ଜଣ ଚାଷୀ ନାମ ପଂଜୀକରଣ କରିଛନ୍ତି। ଗତବର୍ଷ ୩୬,୯୪୬ ଓ ଏହାର ପୂର୍ବବର୍ଷ ୩୪,୪୦୦ ଜଣ ଚାଷୀ ରହିଥିଲାବେଳେ ବର୍ଷକୁ ବର୍ଷ ଚାଷୀଙ୍କ ସଂଖ୍ୟା ବୃଦ୍ଧି ପାଉଛି।   ଏମାନଙ୍କ ସୁବିଧା ପାଇଁ ଜିଲ୍ଲାରେ ୧୦୪ଟି ମଣ୍ଡି ଖୋଲା ହେବ। ଏଥର କୋରାପୁଟ ଉପଖଣ୍ଡରେ ୨୮ଟି ମଣ୍ଡି, ଜୟପୁର ଉପଖଣ୍ଡରେ ୭୬ଟି ମଣ୍ଡିରେ ଏହି ଧାନ କିଣିବାକୁ ନିଷ୍ପତ୍ତି ହୋଇଛି। ପ୍ରାଥମିକ ପର‌୍ୟ୍ୟାୟରେ ୨୧ ଲକ୍ଷ ୪୬ ହଜାର କୁଇଣ୍ଟାଲ ଧାନ କିଣିବାକୁ ଟାର୍ଗେଟ ଆସିଥିଲାବେଳେ ପରବର୍ତ୍ତୀ ସମୟରେ ଏହାକୁ ବୃଦ୍ଧି କରାଯିବ। ଗ୍ରେଡ ଏ’ ମାନର ଧାନ ଦର କୁଇଣ୍ଟାଲ ପ୍ରତି ୨୦୬୦ ଟଙ୍କା ଦର ନିର୍ଦ୍ଧାରଣ କରାଯାଇଛି। ଧାନ କିଣାବିକା ପରେ ଟଙ୍କା ସିଧାସଳଖ ଚାଷୀଙ୍କ ବ୍ୟାଙ୍କ ଖାତାକୁ ଚାଲିଯିବ। ଧାନ କିଣାରେ ଜାଲିଆତି କରୁଥିବା ଲୋକଙ୍କ ବିରୋଧରେ କଡା କାର‌୍ୟ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଜିଲ୍ଲାପାଳ ଅବଦ୍ଦଲ ଏମ. ଅଖତର କହିଥିଲେ। ଚାଷୀଙ୍କୁ କେହି ଠକିଲେ କିମ୍ବା ବେଆଇନ ଭାବେ ଧାନ କିଣାବିକା କରୁଥିବା ଲୋକଙ୍କୁ ଛଡାଯିବ ନାହିଁ।
ଜିଲ୍ଲାକୁ ପ୍ରାଥମିକ ପର‌୍ୟ୍ୟାୟରେ ୨୧ ଲକ୍ଷ ୪୬ ହଜାର କୁଇଣ୍ଟାଲ ଧାନ କିଣିବାକୁ ଟାର୍ଗେଟ ଆସିଥିଲାବେଳେ ଧାନର ସହାୟକ ମୂଲ୍ୟ ୧୦୪୦ ଟଙ୍କାକୁ ବୃଦ୍ଧି କରାଯାଇଛି। ଅପରପକ୍ଷରେ ମଣ୍ଡିରେ ଭିତ୍ତିଭୂମି ଅଭାବ ପ୍ରସଙ୍ଗ ଉଠାଇ ପ୍ରଶାସନ ଉପରେ ବର୍ଷିଛନ୍ତି ଜୟପୁର ବିଧାୟକ, ଚାଷୀ ଓ ଚାଷୀ ନେତା। ଏହାସହ ଗତବର୍ଷ ଅପେକ୍ଷା ଚଳିତବର୍ଷ ଅଯୋଗ୍ୟ ଚାଷୀଙ୍କୁ ବାଦ ଦେଇଛି ଜିଲ୍ଲା ପ୍ରଶାସନ । ପ୍ରାୟ ୨୬୮୫ ଅଯୋଗ୍ୟ ଚାଷୀଙ୍କୁ ଫିଲ୍ଡ ସର୍ଭେ ଓ ସ୍ୟାଟେଲାଇଟ ଇମେଜ ସହାୟତାରେ ବାଦ ଦିଆଯାଇଛି । ମାର୍ଚ୍ଚ ମାସ ଯାଏ ତଥା ମଣ୍ଡି ଶେଷ ହେବା ଯାଏ ସୀମାରେ ଜଗି ଯାଞ୍ଜ କରିବେ । ଯଦି କୌଣସି ବେଆଇନ କାର‌୍ୟ୍ୟ ଦେଖନ୍ତି ତେବେ କାର‌୍ୟ୍ୟନୁଷ୍ଠାନ ଗ୍ରହଣ କରିବେ ବୋଲି ଜଣାପଡିଛି। କୋରାପୁଟ ଜିଲ୍ଲାରେ ମଣ୍ଡି ହ୍ୟାଣ୍ଡିଲଂ ପାଇଁ ଗତ ଋତୁରେ ୫୦ ଲକ୍ଷ ଟଙ୍କା ଆୟ ହୋଇଛି। ତେବେ କାହିଁକି ମଣ୍ଡିର ଉନ୍ନତି କରାଯାଉନି । ଫଳରେ ଜିଲ୍ଲାରେ ଏହି ପରି ଅଦିନିଆ ବର୍ଷା ବର୍ଷା ଭୟ ହେଲେ ଚାଷୀ ଆତଙ୍କିତ ହେଉଥିବା ଜଣାପଡିଛି ।
ଏନେଇ କୋରାପୁଟ ସିଡିଏଓ ବିଶ୍ୱରାଜ ରଥ କହିଛନ୍ତି ଯେ ଜିଲ୍ଲାରେ ୯୯ହଜାର ହେକ୍ଟର ଜମିରେ ଚଳିତ ଋତୁରେ ଧାନ ଚାଷ କରାଯାଇଛି । ଏବେ ସୁଧା ୬୫ ପ୍ରତିଶତ ଅମଳ ହୋଇଥିବା ରିପୋର୍ଟ ଆସିଥିବାବେଳେ ୩୫ ପ୍ରତିଶତ ଜମିରୁ ଧାନ ଅମଳ ହୋଇପାରିନାହିଁ । ତେବେ ଏହି ବର୍ଷା ବିଶେଷ କିଛି କ୍ଷତି କରିବ ନାହିଁ । ଧାନକୁ ଘୋଡାଇ ରଖନ୍ତୁ ବୋଲି ସେ କହିଛନ୍ତି। ଏନେଇ ସିଏସଓ ପ୍ରଦୀପ ପଣ୍ଡା କହିଛନ୍ତି ଟୋକେନ୍ ଇସ୍ୟୁ ହୋଇନାହିଁ, ଆସନ୍ତା ଦୁିରୁ ତିନି ଧିନ ମଦ୍ୟରେ ହୋଇଯିବ ବୋଲି ଆଶା କରାଯାଉଛି । ଟୋକେନ ଇସ୍ୟୁ ହୋଇଗଲେ ଧାନ ମଣ୍ଡି ଆରମ୍ଭ ହୋଇଯିବ ବୋଲି ସେ କହିଛନ୍ତି ।
ସମ୍ବନ୍ଧିତ ଖବର