ପାଣି ପିଇବା ବାହାନାରେ ୧୦ ବର୍ଷର ନାବାଳିକା ଆଦିବାସୀ ଝିଅକୁ ଘରେ ପଶି ଦୁଷ୍କର୍ମ

କଟକ: ଟାଙ୍ଗୀ ଅଞ୍ଚଳର ଉଚୁପଦା ଗ୍ରାମରେ ୧୦ ବର୍ଷର ନାବାଳିକା ଆଦିବାସୀ ଝିଅ ଦୁଷ୍କର୍ମର ଶିକାର ହୋଇଛି। ଏନେଇ ଟାଙ୍ଗୀ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ପିଡିତା ଝିଅର ମାଆ କୁନି ଚାତାର୍ ।

ଘଟଣାରୁ ପ୍ରକାଶ ଯେ ଉଚୁପଦା ଗ୍ରାମର ଦଳିତ ପରିବାର ନନ୍ଦ ଚାତାର ଓ ତାଙ୍କ ସ୍ତ୍ରୀ କୁନି ଚାତାର୍ ଘରେ ନ ଥିବାବେଳେ ତାଙ୍କର ୧୦ ବର୍ଷର ନାବାଳିକା ଝିଅ ଛଦ୍ମନାମ ସୀମା ଚାତାରଙ୍କ ଘରକୁ ଯାଇ ପାଣି ପିଇବାକୁ ମାଗିଥିଲେ ସେହି ଗ୍ରାମର ବସନ୍ତ ସ୍ଵାଇଁ ଓରଫ ବାବୁ । ଝିଅ ଘର ଭିତରକୁ ପାଣି ପାଇଁ ଯିବାରୁ ବାବୁ ଘରଭିତରକୁ ପଶିଯାଇ ନାବାଳିକା ଝିଅକୁ ଦୁଷ୍କର୍ମ କରିଥିଲା। ।

ଦୁଷ୍କର୍ମ ପରେ  ଗୁରୁତର ଆହତ ହେବାରୁ ଝିଅର ପ୍ରବଳ ରକ୍ତ ଶ୍ରାବ ହୋଇଥିଲା। ବାପ ଓ ମା ଘରକୁ ଫେରି ଝିଅ ଠାରୁ ସବୁ ଶୁଣି  ଚିକିତ୍ସା ପାଇଁ ମେଡିକାଲ୍ ନେଇଥିଲେ।  ଆଜି ଟାଙ୍ଗୀ ଥାନାରେ ପରିବାର ପକ୍ଷରୁ ଲିଖିତ ଅଭିଯୋଗ କରାଯାଇଛି । ଘଟଣା ଉପରେ ଚଉଦୁଆର୍ ଏସଡିପିଓ ସତ୍ୟବ୍ରତ ଲେଙ୍କା  କହିଛନ୍ତି ଯେ ଦୋଷୀକୁ ଆଜି ସନ୍ଧ୍ୟା ସୁଦ୍ଧା ଗିରଫ କରାଯିବ ଓ ଝିଅକୁ ନ୍ୟାୟ ଦିଆଯିବ ।

ସମ୍ବନ୍ଧିତ ଖବର