ବାପା-ମା’ ଛେଉଣ୍ଡ ଦୁଇ ଶିଶୁଙ୍କୁ ରାସନ-ଆର୍ଥିକ ସହାୟତା ପ୍ରଦାନ କଲା ଟ୍ରଷ୍ଟ

ଭୁବନେଶ୍ବର: କେଉଁଝର ଜିଲ୍ଲା ସାହାରପଡା ବ୍ଲକ ବଡ଼ବିଲ ପଂଚାୟତ ଅନ୍ତର୍ଗତ ଟାଭାସରୁଆ ଗ୍ରାମର ଅତ୍ୟନ୍ତ ଗରିବ ପରିବାରର ଏହି ଦୁଇ ନିଷ୍ପାପ ଶିଶୁଙ୍କର ପାରିବାରିକ କଳହରୁ ବାପା ବହୁତ ଦିନ ହେବ ତାଙ୍କ ପତ୍ନୀ ଏବଂ ଦୁଇ ଶିଶୁଙ୍କୁ ଛାଡି ଚାଲି ଯାଇଥିଲେ। ଏହି କିଛିଦିନ ହେବ ଦୁଇ ଶିଶୁଙ୍କ ମା’ ଏକ ଅଜଣାରୋଗରେ ପୀଡିତ ଥିବା ଅବସ୍ଥାରେ ମୃତ୍ୟୁବରଣ କରିବା ଫଳରେ ଦୁଇ ଶିଶୁ ବାପା-ମା’ ଛେଉଣ୍ଡ ହୋଇପଡିଲେ। ଫଳରେ ତାଙ୍କର ଆଉ କେହି ନଥିବାରୁ ତାଙ୍କ ମାଉସୀ ଆସି ତାଙ୍କ ପାଖରେ ଅଛନ୍ତି। କିନ୍ତୁ ଦୁଃଖର ବିଷୟ ଏହା କି ସେ ଅତ୍ୟନ୍ତ ଗରିବ ହୋଇଥିବାରୁ ତାଙ୍କ ର ପ୍ରତିପୋଷଣ ଏବଂ ମା’ର ଶୁଦ୍ଧିକ୍ରିୟା ପାଇଁ ବହୁତ ଅସୁବିଧା ହେଉଥିବା ଖବର ପାଇ ଅଂଶୁମାନ ମେମୋରିଆଲ ଟ୍ରଷ୍ଟର ସମ୍ପାଦକ ହିମାଂଶୁ ଶେଖର ସାହୁଙ୍କ ନିର୍ଦେଶ କ୍ରମେ ଟ୍ରଷ୍ଟର ସଦସ୍ୟ ମନୋଜ କୁମାର ପଲେଇ ସେଠାରେ ପହଁଚି ତାଙ୍କୁ ପାଞ୍ଚ ମାସର ରାସନ ସାମଗ୍ରୀ ଦେବା ସହ ପିଲାଙ୍କ ପାଇଁ ବସ୍ତ୍ର ଏବଂ ଶୁଦ୍ଧିକ୍ରିୟା ପାଇଁ କିଛି ଅର୍ଥରାଶି ପ୍ରଦାନ କରିଥିଲେ। ଏଥିରେ ସହଯୋଗ କରିଥିଲେ ସ୍ଥାନୀୟ ବ୍ଲକ ଅଧକ୍ଷ ଏବଂ ସ୍ଥାନୀୟ ସରପଞ୍ଚ। ଆଗାମୀ ଦିନରେ ସବୁ ପ୍ରକାର ସାହାଯ୍ୟ କରାଯିବ ବୋଲି ଟ୍ରଷ୍ଟର ସଦସ୍ୟମାନେ ପ୍ରତିଶ୍ରୁତି ଦେଇଥିଲେ।

ସମ୍ବନ୍ଧିତ ଖବର