ଚୋରାଚାଲାଣ ବେଳେ ବୋଲେରୋରୁ ୪୫ ଲକ୍ଷର ଗଞ୍ଜେଇ ଜବତ, ୨ ଗିରଫ

ରାୟଗଡ଼ା: ଚୋରା ଚାଲାଣ ବେଳେ ବୋଲେରୋରୁ ୪ କ୍ବିଣ୍ଟାଲ ୬୨ କେଜି ଗଞ୍ଜେଇ ଜବତ କରିଛି  ପୁଲିସ। ଏଥିସହ ୨ ଜଣଙ୍କୁ ଗିରଫ କରାଯାଇଥିବା ଜଣାଯାଇଛି। ସନ୍ଦେହଜନକ ଭାବେ ଯାଉଥିବା ଏକ ବୋଲେରୋରୁ ଗଞ୍ଜେଇ ଜବତ କରିଛି ରାୟଗଡ଼ାର ଚନ୍ଦ୍ରପୁର ପୁଲିସ୍।

ମିଳିଥିବା ସୂଚନା ଅନୁଯାୟୀ, ଗଞ୍ଜେଇ ଚୋରା ଚାଲାଣ ବେଳେ ରାୟଗଡ଼ା ଜିଲ୍ଲା ଚନ୍ଦ୍ରପୁର ପୁଲିସ ଚଢ଼ାଉ କରି ୪ କ୍ବିଣ୍ଟାଲ ୬୨ କେଜି ଗଞ୍ଜେଇ,ବ୍ୟବହୃତ ବୋଲେରୋ ପିକଅପ ଗାଡ଼ି ଜବତ କରିବା ସହ ଦୁଇ ଜଣ ଚାଲାଣକାରୀଙ୍କୁ ଧରିବାରେ ସଫଳ ହୋଇପାରିଛି। ଜବତ ଗଞ୍ଜେଇର ଆନୁମାନିକ ବଜାର ମୁଲ୍ୟ ୪୫ ଲକ୍ଷରୁ ଉର୍ଦ୍ଧ୍ୱ ହେବ।

ବିଶେଷ ସୁତ୍ରରୁ ଖବର ପାଇ ମୁନିଗୁଡ଼ା ଏସଡିପିଓ ଆକାଶ ଚନ୍ଦ୍ର ସାହୁଙ୍କ ନେତୃତ୍ୱରେ ଏକ ଟିମ ବିଜାପୁର ଛକ ନିକଟରେ ପିକଅପ ଗାଡ଼ିଟିକୁ ଅଟକାଇଥିଲେ ହେଲେ ଗାଡ଼ିଟି ଦ୍ରୁତଗତିରେ ଯିବାକୁ ଚେଷ୍ଟା କରୁଥିବା ବେଳେ କୌଶଳ କ୍ରମେ  ଧରିବାରେ ସଫଳ ହୋଇ ପାରିଥିଲା ପୁଲିସ। ଗଞେଇ ବାହାର ରାଜ୍ୟକୁ ଚାଲାଣ ହେଉଥିଲେ ମଧ୍ୟ ନିର୍ଦ୍ଧିଷ୍ଟ କେଉଁଠିକୁ ଯାଉଥିଲା ଓ ଏଥିରେ ଆଉ କିଏ ସପୃକ୍ତ ଅଛି, ତାର ତଦନ୍ତ ପୁଲିସ ଜାରି ରଖିଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର