ଗୁମ୍ମାଘାଟିରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ସ୍ବାମୀ ମୃତ, ସ୍ତ୍ରୀ ଓ ଶିଶୁ ଗୁରୁତର

ରାୟଗଡ଼ା: ରାୟଗଡ଼ା ଜିଲ୍ଲା ଗୁମ୍ମାଘାଟି ଲାକୁବାଇ ନିକଟରେ ଆଜି ସକାଳେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଥିବାର ଖବର ମିଳିଛି। ଏଠାରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ତାଙ୍କ ସ୍ତ୍ରୀ ଓ ଶିଶୁ ସନ୍ତାନ ଗୁରୁତର ଆହତ ହୋଇଥିବା ଜଣାଯାଇଛି।
ସୂଚନା ଅନୁଯାୟୀ, ଆଜି ସକାଳେ ଜଣେ ବ୍ୟକ୍ତି ତାଙ୍କ ପତ୍ନୀ ଓ ଶିଶୁ ସନ୍ତାନଙ୍କୁ ଧରି ନିଜ ବାଇକରେ ରାୟଗଡ଼ାରୁ କୋରାପୁଟ ଅଭିମୁଖେ ଯାଉଥିଲେ। ଏହି ସମୟରେ ଲାକୁବାଇ ନିକଟରେ ରାସ୍ତାରେ ଠିଆ ହୋଇଥିବା ବୋଲେରୋକୁ ବାଇକ୍ଟି ଭାରସାମ୍ୟ ହରାଇ ଧକ୍କା ଦେଇଥିଲା। ଏହାଫଳରେ ଘଟଣାସ୍ଥଳରେ ହିଁ ଚାଳକଙ୍କର ମୃତ୍ୟୁ ଘଟିଥିଲା। ଏଣେ ସ୍ଥାନୀୟ ଲୋକେ ଏହି ଦୁର୍ଘଟଣାରେ ଆହତ ହୋଇଥିବା ତାଙ୍କ ସ୍ତ୍ରୀ ଓ ଶିଶୁକୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ କରୁଛି।

 

ସମ୍ବନ୍ଧିତ ଖବର