ବଂଶଧାରା ଉପରମୁଣ୍ଡରେ ପ୍ରକଳ୍ପ ଦାବି: ପ୍ରତୀକ ଧାରଣାରେ ସାମିଲ ହେଲେ ପଦ୍ମଶ୍ରୀ ଶାନ୍ତିଦେବୀ

ଗୁଣପୁର: ବଂଶଧାରା ଉପରମୁଣ୍ଡରେ ପ୍ରକଳ୍ପ ଦାବିରେ ଏକ ମାସ ଧରି ଚାଲିଥିବା ଆନ୍ଦୋଳନ ଆଜି ସରିଛି। ଆନ୍ଦୋଳନର ଶେଷଦିନରେ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଅନୁଷ୍ଠିତ ପ୍ରତୀକ ଧାରଣାରେ ପଦ୍ମଶ୍ରୀ ଶାନ୍ତିଦେବୀଙ୍କ ସମେତ ସହରର ବହୁ ଜନସାଧାରଣ, ବୁଦ୍ଧିଜୀବୀ ଓ ଆଇନଜୀବୀ ସାମିଲ୍ ହୋଇଥିଲେ। ଲକ୍ଷ୍ୟ ପୂରଣ ହେବା ପର୍ଯ୍ୟନ୍ତ ଆନ୍ଦୋଳନକୁ ବଞ୍ଚାଇ ରଖିବା ପାଇଁ ନିଷ୍ପତ୍ତି ହୋଇଛି।

ଆନ୍ଧ୍ର-ଓଡ଼ିଶା ମଧ୍ୟରେ ଲାଗି ରହିଥିବା ବଂଶଧାରା ଜଳ ବିବାଦ ମାମଲାରେ ଓଡ଼ିଶା ସରକାରଙ୍କ ନିରବତା ଯୋଗୁ ଆନ୍ଧ୍ର ଫାଇଦା ଉଠାଇ ଚାଲିଛି। ନଦୀ ଉପରେ ଗୋଟିଏ ପରେ ଗୋଟିଏ ପ୍ରକଳ୍ପ ଆନ୍ଧ୍ର ତିଆରି କରି ଚାଲିଥିବା ବେଳେ ଓଡ଼ିଶା ସରକାର କେବଳ ମାମଲା ରୁଜୁ କରି ଚୁପ୍ ବସିଛନ୍ତି। ଫଳରେ ଗତ ଅର୍ଦ୍ଧ ଶତାବ୍ଦୀ ଧରି ଗୁଣପୁରବାସୀଙ୍କ ପକ୍ଷରୁ ବଂଶଧାରା ଉପରମୁଣ୍ଡରେ ପ୍ରକଳ୍ପ ପାଇଁ ହୋଇ ଆସୁଥିବା ଦାବି ପୂରଣ ହୋଇପାରୁନି। ରାଜନୈତିକ ଇଛାଶକ୍ତି ଅଭାବ ଏହାର ମୁଖ୍ୟ କାରଣ ହୋଇଥିବାରୁ ଚଳିତ ମୌସୁମୀ ଅଧିବେଶନ ସମୟରେ ଜଳ ସମ୍ପଦ ମନ୍ତ୍ରୀଙ୍କୁ ଏକ ଟିମ୍ ସାକ୍ଷାତ କରି ଏ ସଂପର୍କରେ ଆଲୋଚନା କରିବାକୁ ନିଷ୍ପତ୍ତି ହୋଇଛି। ଏହା ପୂର୍ବରୁ ଆଜି ଗୁଣପୁର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପ୍ରତୀକାତ୍ମକ ଧାରଣା ସହ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ସ୍ମାରକପତ୍ର ଉପଜିଲ୍ଲାପାଳ ସୋନାଲ ଜେନାଙ୍କ ମାଧ୍ୟମରେ ପ୍ରଦାନ କରାଯାଇଛି। ପ୍ରତୀକ ଧାରଣାରେ ଅବବାହିକା ସୁରକ୍ଷା ସମିତିର ସଭାପତି ବ୍ରହ୍ମାନନ୍ଦ ପଟ୍ଟନାୟକ, ବରିଷ୍ଠ ଆଇନଜୀବୀ ଉମା ପଟ୍ଟନାୟକ, ଅକ୍ଷୟ ଶତପଥୀ, ପ୍ରବୀଣ ପଟ୍ଟନାୟକ, ରମେଶ ଲିମା, ଇନ୍ଦ୍ରାକ୍ଷୀ ଦାସ, ଆବାହକ ମିଲି ପାଢ଼ୀ, ସାଂସଦ ପ୍ରତିନିଧି ଏସ. ବାବା ପ୍ରସାଦ, ସମାଜସେବୀ ଅକ୍ଷୟ ଦାଶ, ରାଜେଶ୍ୱରୀ ଦଳେଇ, ଅମ୍ବିକାରାଣୀ ମହାପାତ୍ର, ମାୟା ଶବର, ପୂର୍ବତନ ପୌରାଧ୍ୟକ୍ଷ ଶିବ ପ୍ରସାଦ ଗୌଡ, ବରିଷ୍ଠ ନାଗରିକ ସୂର୍ଯ୍ୟ ରଥ, ରାଜେନ୍ଦ୍ର ସାଉକାର, ଜଗନ୍ନାଥ ଚୌଧୁରୀ, ଲାୟନସ୍ କ୍ଲବର ଗଜା ପାଳ, ଲାଡି ଗୋପାଲା, ନରେନ୍ଦ୍ର ସାହୁ, ମୁନା ପାଣି, ପିଙ୍କି ମହାପାତ୍ର, ରବି ରାଙ୍ଗୁଲି, ସୁବୁଦ୍ଧି ସୁନୀଲ, ଇପିଲି ସାବରିସ, ସିମାଦ୍ରୀ ଭେଙ୍କେଟ କ୍ରିଷ୍ଣା, ସୀମାଞ୍ଚଳ ମଣ୍ଡଳ, ସାନ ବାଉରି, ଶିବ ଗୌଡ ପ୍ରମୁଖ ସାମିଲ ହୋଇଥିଲେ।

ସମ୍ବନ୍ଧିତ ଖବର