ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ମେଷ: କାରବାର ବୃଦ୍ଧି ଲାଗି ନୂଆ ଅବସର ପାଇବେ। କୌଣସି ଅଜଣା ବ୍ୟକ୍ତି ଭଲ ପରାମର୍ଶ ଦେବେ। ଶିକ୍ଷା କ୍ଷେତ୍ରରେ ଅଧିକ ପରିଶ୍ରମ କରିବାକୁ ହେବ।

ବୃଷ: କାମ ସଂପୂର୍ଣ୍ଣ କରିବାରେ ଆପଣଙ୍କର ଧ୍ୟାନ ଲାଗି ରହିବ। ଲୋେକ ଆପଣଙ୍କ ପ୍ରତି ଈର୍ଷା ଭାବନା ରଖିବେ। ଅଫିସରେ କୌଣସି ପ୍ରସଙ୍ଗରେ ବିଚାର ବିମର୍ଶ କରିବାକୁ ପଡ଼ିପାରେ।

ମିଥୁନ: ଯାହା କାମ ଆରମ୍ଭ କରିବେ କମ୍ ସମୟରେ ସଂପୂର୍ଣ୍ଣ ହୋଇଯିବ। କିଣାବିକା ଲାଗି ଦିନଟି ଭଲ। ଛାତ୍ରଛାତ୍ରୀଙ୍କୁ ପାଠପଢ଼ାରେ ସଫଳତା ମିଳିବ।

କର୍କଟ: ଚାକିରି ବୃତ୍ତିରେ ଭଲ ଖବର ପାଇବେ। ଭାବିଥିବା କାମ ସଂପୂର୍ଣ୍ଣ ହୋଇଯିବ। ପରିବାରର କାହା ସହ ମତଭେଦ ହୋଇପାରେ। ବଜେଟକୁ ଧ୍ୟାନ ରଖି ଖର୍ଚ୍ଚ କରନ୍ତୁ।

ସିଂହ: ଦିନଟି ପୂର୍ବ ଅପେକ୍ଷା ଭଲ ରହିବ। ରାଜନୀତିରେ ସଫଳତା ପାଇବେ। ଜୀବନସାଥୀଙ୍କ ସହ ସିନେମା ଦେଖିବାର ଯୋଜନା କରିବେ।

କନ୍ୟା: କାରବାରରେ ଲାଭ ହେବ। କୌଣସି ଜରୁରୀ କାମ ସଂପୂର୍ଣ୍ଣ ହେବ। ନିଜର କାମ ଛାଡ଼ି ଅନ୍ୟମାନଙ୍କୁ ସାହାଯ୍ୟ କରିବେ। ପାରିବାରିକ ଜୀବନ ସୁଖକର ହେବ।

ତୁଳା: ପୂଜାପାଠରେ ସମୟ ବିତିବ। ସଂପର୍କୀୟଙ୍କ ଠାରୁ ଭଲ ଖବର ପାଇବେ। କୌଣସି କଥା ନେଇ ଉତ୍ସାହିତ ରହିେବ। କାର୍ଯ୍ୟକ୍ଷେତ୍ରରେ କାମର ବୋଝ ବଢ଼ିପାରେ।

ବିଛା: ସାମାଜିକ କାର୍ଯ୍ୟରେ ରୁଚି ବଢ଼ିବ। ଜୀବନସାଥୀଙ୍କର ସଂପୂର୍ଣ୍ଣ ସହଯୋଗ ପାଇବେ। ସନ୍ତାନ ପକ୍ଷରୁ ଆପଣଙ୍କୁ ଖୁସି ଖବର ମିଳିପାରେ।

ଧନୁ: ପର୍ଯ୍ୟଟନ କ୍ଷେତ୍ରରେ ଥିବା ଲୋକଙ୍କ ଲାଗି ଧନଲାଭର ଯୋଗ ରହିଛି। ପ୍ରିୟତମଙ୍କ ସହ ସମ୍ବନ୍ଧ ମଧୁର ହେବ। ଆପଣଙ୍କ ପରାମର୍ଶ ଲୋକଙ୍କ ଲାଗି ଫଳପ୍ରଦ ସାବ୍ୟସ୍ତ ହେବ।

ମକର: ଏକାଗ୍ରତାର ସହ କାମ କଲେ ସଫଳ ହେବେ। ନିଜ ସାଥୀଙ୍କ ଠାରୁ କୌଣସି ଉପହାର ପାଇପାରନ୍ତି। ଖେଳାଳିଙ୍କ ଲାଗି ଦିନଟି ଭଲ ରହିବ।

କୁମ୍ଭ: ଆର୍ଥିକ ମାମଲାରେ କାହାରି ଉପରେ ଭରସା କରନ୍ତୁ ନାହିଁ। ଖର୍ଚ୍ଚ ଉପରେ ନିୟନ୍ତ୍ରଣ ରଖନ୍ତୁ। ନିଜ ସ୍ବଭାବରେ କିଛି ପରିବର୍ତ୍ତନ ଆଣିବା ଆବଶ୍ୟକ।

ମୀନ: ସମସ୍ତଙ୍କ ନଜରରେ ଭଲ ହୋଇ ରହିବେ। କାରବାରରେ ଲାଗି ରହିଥିବା ବାଧା ଦୂର ହେବ। କୌଣସି ନିର୍ମାଣ କାର୍ଯ୍ୟ ଲାଗି ଯୋଜନା କରିବେ।

ସମ୍ବନ୍ଧିତ ଖବର