ଫାଟୁସି‌ନେରୀରେ ଏକତା ଦେଖିଲା ଆନ୍ଧ୍ର, ସାଲୁର ବିଧାୟକଙ୍କ ସରକାରୀ କାର୍ଯ୍ୟକ୍ରମ ବାତିଲ

୬ ଶିକ୍ଷକ ଗିରଫ, ତେଲଗୁ ବହି ସହ ପୋଷାକ ଜବତ

କୋରାପୁଟ : ତେଲଗୁ ଶିକ୍ଷା ଦେଉଥିବା ଶିକ୍ଷକଙ୍କୁ ଆଜି ଗିରଫ କରି ସିଆରପିସି ୪୪ ଧାରା ଅନୁସାରେ ଜାମିନ ଦେଇଛି କୋରାପୁଟ ପୁଲିସ। ଆନ୍ଧ୍ରରୁ ଆସି ଓଡ଼ିଶାର ବିଦ୍ୟାଳୟରେ ତେଲଗୁ ଶିକ୍ଷା ଦେଉଥିବା ୬ ଶିକ୍ଷକଙ୍କୁ ପ୍ରଥମେ ଗିରଫ କରାଯାଇଥିଲା। ଏହାସହ ଓଡ଼ିଶା ମଧ୍ୟକୁ ପ୍ରବେଶ କରି ତେଲଗୁ ଭାଷାରେ ଶିକ୍ଷାଦାନ ଓ ସ୍କୁଲ ପୋଷାକ ବାଣ୍ଟିବାକୁ ଉଦ୍ୟମ କରୁଥିବାବେଳେ ପୁଲିସ ସେମାନଙ୍କୁ ଧରିଥିଲା। ଏହାପରେ କିଛି ଘଣ୍ଟା ଅଟକ ରଖିବା ପରେ ସିଆରପିସି ୪୪ ଧାରା ଅନୁସାରେ ଜାମିନ ଦିଆଯାଇଥିବା ଜିଲ୍ଲା ପୁଲିସ ଓ ପ୍ରଶାସନ ପକ୍ଷରୁ କୁହାଯାଇଛି। ଦୁଇ ବସ୍ତା ତେଲଗୁ ଭାଷାର ପୁସ୍ତକକୁ ମଧ୍ୟ ଜବତ କରାଯାଇଛି। କାହିଁକି ଓ କେଉଁ ଉଦେଶ୍ୟରେ ଏହି ପୁସ୍ତକଗୁଡିକୁ ଶିକ୍ଷକମାନେ ନେଉଥିଲେ ତାହା ଜଣାପଡିନାହିଁ।

ତେବେ ୬ ଜଣ ଶିକ୍ଷକଙ୍କୁ ଅଟକ ରଖାଯିବା ପରେ ସେମାନେ ସତ ଓଗାଳିଥିଲେ। ଆନ୍ଧ୍ର ସରକାରଙ୍କ ପକ୍ଷରୁ ଓଡ଼ିଶାର କୋଟିଆ ଗ୍ରାମପୁଞ୍ଜର ନାରେଡିବାଲସା, ଫାଟୁସିନେରୀ, ଧୁଳିପଦର, ଉପରସେମ୍ବି, ଗଞ୍ଜେଇପଦର ଓ ଫଗୁଣ ସିନେରୀ ଜଣ‌େ ଲେଖାଏଁ ଶିକ୍ଷକଙ୍କୁ ସ୍ତକୁଲ ଭିତ୍ତିଭୁମି ନ ଥାଇ ମଧ୍ୟ ନିଯୁକ୍ତି ଦେଇଛି। ଆଜିଠାରୁ ଆନ୍ଧ୍ର ସରକାର ପ୍ରାଥମିକ ଶିକ୍ଷାକେନ୍ଦ୍ର ଖୋଲୁଥିବାରୁ ଏହି ଶିକ୍ଷକମାନେ ଶିକ୍ଷକତା କରିବାକୁ ଆସିଥିଲେ। ତେବେ ସ୍କୁଲ ନ ଥିବାବେଳେ ଓଡ଼ିଶା ସ୍କୁଲର ଭିତ୍ତିଭୂମି‌ରେ ଏହିମାନେ ଶିକ୍ଷାଦାନ କରୁଥିବା ମାନିଥିଲେ। ତେଲଗୁ ଶିକ୍ଷାର ପ୍ରଚାର ପ୍ରସାର ଓ ନିର୍ଦ୍ଧିଷ୍ଟ ଧର୍ମ ପ୍ରଚାର କରାଯାଉଥିବା ସେମାନେ କହିଥିଲେ। ନିର୍ଦ୍ଦଶ ଅନୁସାରେ ସେମାନେ କାମ କରୁଥିବା କହିବା ପରେ କୋରାପୁଟ ପୁଲିସ ସେମାନଙ୍କୁ ଯିବାକୁ ଦେଇଥିଲା।

ଅନ୍ୟପକ୍ଷରେ ଆଜି ପଟାଙ୍ଗୀ ବ୍ଲକ ବିବାଦୀୟ କୋଟିଆ ଗ୍ରାମପୁଞ୍ଜର ଆନ୍ଧ୍ର ସୀମାରେ ଏକତା ଦେଖିବାକୁ ମିଳିଥିଲା। ସାଲୁର ବିଧାୟକଙ୍କ ବୃକ୍ଷରୋପଣ, ଭିତ୍ତି ପ୍ରସ୍ତର ସ୍ଥାପନ ଓ ଜଙ୍ଗଲଜମି ପଟ୍ଟା ବଣ୍ଟନ କରିବାକୁ ଚାହୁଁଥିବାବେଳେ ପୂର୍ବରୁ ପ୍ରସ୍ତୁତ ରହିଥିବା ଜିଲ୍ଲା ପ୍ରଶାସନ ସୀମାକୁ ସିଲ କରିଥିଲା। ୫ ପ୍ଲାଟୁନ ପୁଲିସ ଫୋର୍ସ ସହ ଗତକାଲି ରାତି ଦୁଇଟାରୁ ଜଗି ରହିଥିଲା। ପରେ ଆଜି ସାଲୁର ବିଧାୟକ ସରକାରୀ କାର୍ଯ୍ୟକ୍ରମକୁ ସ୍ଥଗିତ ରଖିଥିଲେ। ତେବେ ଆଜି ଦମ ଦେଖାଇଛନ୍ତି କୋରାପୁଟ ଜିଲ୍ଲାର ସର୍ବଦଳୀୟ ନେତା। କୋରାପୁଟ ଜିଲ୍ଲା ପାଟାଙ୍ଗି ବିଧାୟକ ପିତମ ପାଢୀ, ଲକ୍ଷ୍ମୀପୁର ବିଧାୟକ ପ୍ରଭୁଜାନି, ଜିଲ୍ଲା ସଭାପତି ତଥା ଖାଦ୍ୟ ନିଗମ ଅଧ୍ୟକ୍ଷ ଇଶ୍ବର ପାଣିଗ୍ରାହୀ, ଜୟପୁର ବିଧାୟକ ତାରା ପ୍ରସାଦ ବାହିନିପତି, କୋରାପୁଟ ବିଧାୟକ ରଘୁରାମ ପଡାଲ, ଜୟପୁର ବିଧାୟକ ତାରା ପ୍ରସାଦ ବାହିନିପତି, ରାମ କାଡାମ, ବିଜେପି ନେତା ଜୟରାମ ପାଙ୍ଗୀ, ପ୍ରଫୁଲ ପାଙ୍ଗୀ, ରବି ନନ୍ଦ, ମୀନାକ୍ଷି ବାହିନିପତି, ବାଲା ରାୟ, ମୁନା ରଥଙ୍କ ସହ ବହୁ ମାନ୍ୟଗନ୍ୟ ବ୍ୟକ୍ତି ନିଜ ପ୍ରଚେଷ୍ଠାରେ ସେଠାରେ ପହଞ୍ଚିଥିଲେ। ସେଠାରେ ପହଞ୍ଚି ଆନ୍ଧ୍ର ସରକାରଙ୍କ ବିରୋଧରେ ନାରାବାଜି କରିଥିଲେ। ଆନ୍ଧ୍ର ବିରୋଧୀ ନାରାରେ କମ୍ପିଥିଲା ଫାଟୁ ସିନେରୀ।

ଏନେଇ କୋରାପୁଟ ଅତିରିକ୍ତ ଜିଲ୍ଲାପାଳ ଦେବେନ କୁମାର ପ୍ରଧାନ କହିଛନ୍ତି ଯେ କୋରାପୁଟ ଜିଲ୍ଲା ପ୍ରଶାସନ ଯୋଜନା ଅନୁସାରେ କାର୍ଯ୍ୟ କରିଥିଲା। ସକାଳୁ ଆନ୍ଧ୍ର ସୀମା ସିଲ କରିଥିବାବେଳେ କିଛି ଶିକ୍ଷକଙ୍କୁ ଗିରଫ କରାଯାଇଥିଲା। ସେମାନଙ୍କଠାରୁ ତେଲଗୁ ଭଷାର ଶିକ୍ଷକ ଓ ସ୍କୁଲ ପୋଷାକ ଜବତ କରାଯାଇଛି ବୋଲି ସେ କହିଛନ୍ତି।

ଏନେଇ ବିଧାୟକ ତାରା ପ୍ରସାଦ ବାହିନିପତି କହିଛନ୍ତି ଯେ କୌଣଓି ପରିସ୍ଥିତିରେ ଆନ୍ଧ୍ରକୁ ଓଡ଼ିଶାରେ ଏପରି ମନମାନି କରିବାକୁ ଦିଆଯିବ ନାହିଁ। ଆଜି ଯେପରି କୋରାପୁଟ ପ୍ରଶାସନ, ପୁଲିସ ଓ ସର୍ବଦଳୀୟ ନେତା ଏକାଠି ହୋଇ ଲଢିଲେ ସେହିପରି ଆସନ୍ତା ଦିନରେ ମଧ୍ୟ ଲଢିବୁ। ସାଲୁର ବିଧାୟକ ଓ ପାର୍ବତୀପୁରମ ପିଓ ଆଇଟିଡିଏ ଉପନିବେଶବାଦରୁ ନିବୃତ ରହୁନ୍ତୁ ନ ହେଲେ ପରିସ୍ଥିତି ସାଂଘାତିକ ହେବ ବୋଲି ସେ କହିଛନ୍ତି।

ଏନେଇ କୋରୋପୁଟ ଜିଲ୍ଲାପାଳ ଅବଦ୍ଦଲ ଏମ. ଅଖତର କହିଛନ୍ତି ଯେ ବିଶେଷସୁତ୍ରରୁ ମିଳିଥିବା ସୂଚନା ଅନୁସାରେ ଫାଟୁସିନେରୀରେ ଆଇନଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହେବା ଆଶଙ୍କା ରହିଥିବାରୁ ବ୍ୟପାକ ପୁଲିସ ଓ ପ୍ରଶାସନିକ ଅଧିକାରୀଙ୍କୁ ନିୟୋଜିତ କରାଯାଇଥିଲା। ଭଗବାନଙ୍କ ଦୟାରୁ ସେପରି କିଛି ଅପ୍ରତିକର ପରିସ୍ଥିତି ସୃଷ୍ଟି ହୋଇନାହିଁ। ଏହାସହ ବିଜୟନଗରମ ଜିଲ୍ଲା ପ୍ରଶାସନ ସହ ଆଲୋଚନା ହୋଇଛି। ସିୁପ୍ରିମକୋର୍ଟରେ ମାମଲା ବିଚାରଣ ରହିଥିବାରୁ ଏହିଠାରେ ଆଇନଶୃଙ୍ଖଳାକୁ ବଜାୟ ରଖିବାକୁ ଆଲୋଚନା ହୋଇଛି ବୋଲି ସେ କହିଛନ୍ତି।

ଏନେଇ ସାଲୁ ବିଧାୟକ ରଜନ୍ନା ଦୋରା ପିଡ୍ଡିକା କହିଛନ୍ତି ଯେ ଆଇନଶୃଙ୍ଖଳା ପରିସ୍ଥିତ ସୃଷ୍ଟି ହେବା ଆଶଙ୍କା ହେବାରୁ ଜିଲ୍ଲାପ୍ରଶାସନର ନିର୍ଦ୍ଦ‌େଶକୁ ମାନି ଆଜିର କାର୍ଯ୍ୟକ୍ରମ ସ୍ଥଗିତ ରଖାଯାଇଛି। ଖୁବଶୀଘ୍ର ଏହା ପୁଣି ଥରେ କରାଯିବ ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର