ଡମ୍ପର ଚୋରି: ବାବୁ କଂକ୍‌କୁ ଉଠାଇ ନେଲା କେନ୍ଦୁଝର ପୁଲିସ୍‌

ସମ୍ବଲପୁର: ଡମ୍ପର ଚୋରି ଅଭିଯୋଗରେ କେନ୍ଦୁଝର ପୁଲିସ ସରଲା ନିବାସୀ ବାବୁ କଂକ ନାମକ ଜଣେ ବ୍ୟକ୍ତିକୁ ଉଠାଇ ନେଇଛି। କେନ୍ଦୁଝର ପୁଲିସର ଏକ ଦଳ ସମ୍ବଲପୁର ଆସି ଶୁକ୍ରବାର ବାବୁ କଂକ୍‌କୁ ତା’ର ପଧାନପାଲିସ୍ଥିତ ଆଡ୍‌ଡାରୁ ଗିରଫ କରିଥିଲା। ବାବୁ ନିକଟରୁ ଚୋରି ଡମ୍ପର ସମେତ ଏକାଧିକ ଚୋରି ଗ୍ୟାସ୍‌ ସିଲିଣ୍ଡିର, ରେଗୁଲେଟର ଓ ଗୋଟିଏ ଚୋରି ବାଇକ ମଧ୍ୟ ଜବତ ହୋଇଥିଲା। ସିଲିଣ୍ଡିର ଗୁଡ଼ିକ ପଡ଼ିଆବାହାଲସ୍ଥିତ ଗ୍ୟାସ୍‌ ଡିପୋରୁ ଚୋରି ହୋଇଥିଲା। ତେବେ କେନ୍ଦୁଝର ପୁଲିସ ବାବୁକୁ ନେଇ ଯାଇଥିବା ବେଳେ ସ୍ଥାନୀୟ ଥାନାରେ କୌଣସି ମାମଲା ହୋଇ ନଥିବା ଜଣା ପଡ଼ିଛି।

ସମ୍ବନ୍ଧିତ ଖବର