ସମ୍ବଲପୁର: ଟ୍ରାଙ୍କୁଲାଇଜ ହେଲା ଦନ୍ତା, ନିଶ୍ଚେତକ ଦେଇ ଚିକିତ୍ସା କଲେ ଓୟୁଏଟି ବିଶେଷଜ୍ଞ ଦଳ

ସମ୍ବଲପୁର: ଯୁଯୁମୁରା ବ୍ଲକ ଅନ୍ତର୍ଗତ ପଡ଼ିଆବାହାଲ ରେଂଜ ଅଂଚଳରେ କିଛି ଦିନ ହେବ ଆହତ ହୋଇ ପଡ଼ିରହିଥିବା ଦନ୍ତାହାତୀ ରବିବାର ଟ୍ରାଙ୍କୁଲାଇଜ ହୋଇଛି। ଛାମୁଣ୍ଡା-କୁଶାମୁରା ସଂରକ୍ଷିତ ଜଙ୍ଗଲ ମଧ୍ୟରେ ଅସୁସ୍ଥ ଦନ୍ତାହାତୀକୁ ଟ୍ରାଙ୍କୁଲାଇଜ କରାଯିବା ପରେ ଓୟୁଏଟି ବିଶେଷଜ୍ଞ ଦଳ ପୁଙ୍ଖାନୁପୁଙ୍ଖ ଭାବରେ ଚିକିତ୍ସା କରିଛନ୍ତି।

ହାତୀଟି ଗୁଳି ଚୋଟରେ ଆହତ ହୋଇଛି କି ନାହିଁ, ଜାଣିବାକୁ ମେଟାଲ ଡିଟେକ୍ଟରରେ ଯାଞ୍ଚ କରାଯାଇଛି। ହାତୀର ଲାଂଜ ଉପରେ ଗୋଟିଏ ଘା’ ହୋଇଥିବା ବେଳେ ଗୋଡ଼ରେ ଗଭୀର ଆଘାତ ଲାଗିଛି। ସେହିପରି ହାତୀର ଗୋଟିଏ ହାଡ଼ ଖସିଯାଇଥିବାରୁ ତା’ର ଗୋଡ଼ ଫୁଲିଛି। ତା’ ଦେହରେ କୌଣସି ଗୁଳି ଚୋଟ କିମ୍ବା ତୀରମାଡ଼ ହୋଇଥିବାର ଲକ୍ଷଣ ନାହିଁ ବୋଲି ସମ୍ବଲପୁର ଡିଏଫଓ କହିଛନ୍ତି।

ସମ୍ବନ୍ଧିତ ଖବର