ଯାଜପୁର: ଭାରସାମ୍ୟ ହରାଇ ପୋଖରି ଭିତରକୁ ଖସିଗଲା ସ୍କୁଲ ଭ୍ୟାନ

ଯାଜପୁର : ୧୫ରୁ ଊର୍ଧ୍ୱ ଛାତ୍ରଛାତୟ୍ରୀଙ୍କୁ ନେଇ ସ୍କୁଲ ଯାଉଥିବା ଏକ ସ୍କୁଲ୍‌ ଭ୍ୟାନ୍‌ ଭାରସାମ୍ୟ ହରାଇ ରାସ୍ତାକଡ଼ରେ ଥିବା ଏକ ପୋଖରି ଭିତରେ ପଶି ଯାଇ ଓଲଟି ପଡ଼ିଛି। ତେବେ ସ୍ଥାନୀୟ ଲୋକଙ୍କ ଉପସ୍ଥିତି ବୁଦ୍ଧି ଓ ଉଦ୍ୟମ ଯୋଗୁଁ କୌଣସି ଛାତ୍ରଛାତ୍ରୀଙ୍କର କିଛି କ୍ଷତି ହେବା ପୂର୍ବରୁ ସମସ୍ତଙ୍କୁ ଉଦ୍ଧାର କରାଯାଇ ପାରିଛି। ଖବର ପାଇ କୁଆଖିଆ ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।
ପୁଲିସ ସୂତ୍ର୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଯାଜପୁର ଜଲ୍ଲା କୁଆଖିଆ ଥାନା ଅତଲାପୁର ଗାଁର ମସଜିଦ ନିକଟରେ ସ୍କୁଲ ଭ୍ୟାନ୍‌ଟି ଏକ ଘରୋଇ ଇଂରାଜୀ ମାଧ୍ୟମ ସ୍କୁଲର ପ୍ରାୟ ୧୫ ଛାତ୍ରଛାତ୍ରୀଙ୍କୁ ନେଇ ଯାଉଥିଲା। ସେଠରେ ଥିବା ଏକ ବୁଲାଣି ନିକଟରେ ଯାଉଥିବା ବେଳେ ଭ୍ୟାନ୍‌ଟି ଭାରସାମ୍ୟ ହରାଇ ରାସ୍ତା କଡ଼ରେ ଥିବା ପୋଖରି ଭିତରକୁ ଖସି ଯାଇ ଓଲଟି ପଡ଼ିଥିଲା।ଏହା ଦେଖି ଭ୍ୟାନ୍‌ରେ ଥିବା ଛାତ୍ରଛାତ୍ରୀମାନେ ପାଟି କରିଥିଳେ। ପାଟି ଶୁଣି ସ୍ଥାନୀୟ ଲୋକେ ସଙ୍ଗେ ସଙ୍ଗେ ଘଟରାସ୍ଥଳରେ ପହଞ୍ଚି ଛାତ୍ରଛାତ୍ରୀଙ୍କୁ ଉଦ୍ଧାର କରିଥିଲେ। ସୌଭାଗ୍ୟବଶତଃ ଏଥିରେ କାହାରି କିଛି କ୍ଷତି ହୋଇନାହିଁ। ତେବେ କୁଆଖିଆ ପୁଲିସ୍‌ ଘଟଣାର ତଦନ୍ତ କରୁଛି।

ସମ୍ବନ୍ଧିତ ଖବର