ନିଆଁ ଲାଗି ଗୁରତର ମହିଳାଙ୍କୁ ରକ୍ତଦେଲେ ଶଙ୍କର

ମାଲକାନଗିରି: ମାଲକାନଗିରି ଜିଲ୍ଲା ରକ୍ତ ଭଣ୍ଡାରରେ ଏବେ ରକ୍ତର ଘୋର ଅଭାବ। ପ୍ରାୟ ସବୁ ଦିନ ମାଲକନଗିରି ମେଡିକାଲକୁ ୨୦ରୁ ଊର୍ଦ୍ଧ୍ବ ୟୁନିଟ ରକ୍ତ ଦରକାର ପଡିଥାଏ। ତେବେ ଏତେ ସଂଖ୍ୟକ ରକ୍ତ ଯୋଗାଡ କରିବା ରକ୍ତ ଭଣ୍ଡାର ପାଇଁ କାଠିକର ପାଠ ହୋଇପଡୁଛି। ତେଣୁ ରୋଗୀ ନାହିଁ ନଥିବା ହଇରାଣ ହେଉଥିବା ଲକ୍ଷ୍ୟ କରାଯାଇଛି।ଏଭଳି ଏକ ଘଟଣା ଆଜି ମେଡିକାଲରେ ଦେଖିବାକୁ ମିଳିଥିଲା। ପୋଲେରୁ ଅଞ୍ଚଳର ଚାପାରା ଲକ୍ଷ୍ମୀ ନାମକ ମହିଳା ଘରେ ନିଆଁ ଲାଗିଯିବାରୁ ଗୁରତର ଆହତ ହୋଇ ମାଲକାନଗିରି ମେଡିକାଲରେ ଭର୍ତ୍ତି ହୋଇ ଚିକିତ୍ସିତ ହେଉଛନ୍ତି।ଲକ୍ଷ୍ମୀଙ୍କୁ ତୁରନ୍ତ ରକ୍ତ ଦରକାର ପଡୁଥିବା ଡାକ୍ତର ପରିବାର ଲୋକଙ୍କୁ କହିଥିଲେ। ତେବେ ପରିବାର ଲୋକେ ରକ୍ତ ଯୋଗାଡ କରିବାରେ ଏକ ପ୍ରକାର ଅସମର୍ଥ ହେଲେ। ରକ୍ତ ଭଣ୍ଡାର ଯାଇ ରକ୍ତ ମାଗିବାରୁ ରକ୍ତ ନଥିବା ଉତ୍ତର ମିଳିବା ପରେ ପରିବାର ଲୋକେ ଚିନ୍ତାରେ ପଡିଥିଲେ।

ତେବେ ଏନେଇ ପୌରାଧ୍ୟକ୍ଷ ମନୋଜ ବାରିକ ଜାଣିବା ପରେ ତୁରନ୍ତ ରାହୁଲ ଏବଂ ନାଥନ ବାଲାଙ୍କୁ ଯୋଗାଯୋଗ କରି ରକ୍ତ ଯୋଗାଡ କରିବା ପାଇଁ ନିର୍ଦେଶ ଦେଇଥିଲେ। ଏହି ଦୁହେଁ କୋରକୋଣ଼୍ଡା ଅଂଚଳର ଶଙ୍କର ବାବୁ ନାମକ ଯୁବକ ସହ ତୁରନ୍ତ ଯୋଗାଯୋଗ କରି ରକ୍ତଦାନ କରିବାକୁ ପ୍ରବର୍ତ୍ତାଇଥିଲେ। ଶଙ୍କରକ୍ତ ଭଣ୍ଡାରରେ ପହଞ୍ଚି ରକ୍ତଦାନ କରିଥିଲେ। ଯାହାଫଳରେ ଲକ୍ଷ୍ମୀଙ୍କୁ ରକ୍ତ ପ୍ରଦାନ କରାଯାଇ ପାରିଥିଲା। ତେବେ ଲକ୍ଷ୍ମୀ ଗୁରୁତର ଥିବାରୁ ପୌରାଧ୍ୟକ୍ଷ ମନୋଜ ବାରିକ ଡାକ୍ତରଙ୍କ ସହ ଆଲୋଚନା କରି ତାଙ୍କର ଉତ୍ତମ ଚିକିତ୍ସା ପାଇଁ ଉଦ୍ୟମ କରିବେ ବୋଲି ଜଣାଇଛନ୍ତି।

ସମ୍ବନ୍ଧିତ ଖବର